ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍, ଆଜି ୩ ହଜାର ୯୯୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ ପୁଣି ଉପରମୁହାଁ କରୋନା ଗାଫ୍‌ । ୨୪ ଘଣ୍ଟାରେ ୪୨ ହଜାର ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ହଜାର ୯୯୮ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୩୬ ହଜାର ୯୭୭ । ଗତ ୩୦ ଦିନ ହେଲା ୩ ପ୍ରତିଶତ ତଳେ ରହୁଛି ସଂକ୍ରମଣ ହାର ।

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୨ଲକ୍ଷ ୧୬ ହଜାର ୩୩୭ରେ ପହଂଚିଛି। ଆକ୍ଟିଭ୍‌ କେସ୍‌ ୪ଲକ୍ଷ ୭ ହଜାର ୧୭୦ ଥିବାବେଳେ ସୁସ୍ଥ ହେଲେଣି ୩ କୋଟି ୩ଲକ୍ଷ ୯୦ ହଜାର ୬୮୭ । ଦେଶରେ ମୋଟ ମୃତ୍ୟୁସଂଖ୍ୟା ୪ଲକ୍ଷ ୧୮ ହଜାର ୪୮୦କୁ ବୃଦ୍ଧି ପାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.