ଦେଶରେ କ୍ରମାଗତ ଦ୍ୱିତୀୟ ଦିନରେ ୩ ହଜାର ଉପରେ ଦୈନିକ କେସ୍‌: ଗତ ୨୪ ଘଣ୍ଟାରେ ୬୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମାଡ଼ି ଚାଲିଛି ମହାମାରୀ । ବଢ଼ୁଛି ମୃତ୍ୟୁସଂଖ୍ୟା । ଦେଶରେ ଉପରମୁହାଁ କରୋନା କେସ୍‌ । କ୍ରମାଗତ ଦ୍ୱିତୀୟ ଦିନରେ ୩ ହଜାର ଉପରେ ଦୈନିକ କେସ୍‌।

ଗତ ୨୪ ଘଣ୍ଟାରେ ୩ ହଜାର ୩୭୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬୦ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଦୈନିକ ମୃତ୍ୟୁସଂଖ୍ୟାରେ ଦେଢ଼ଗୁଣା ବୃଦ୍ଧି ପାଇଛି । ପୂର୍ବଦିନ ୩୯ ଜଣ ପ୍ରାଣ ହରାଇଥିଲେ । ଆକଟିଭ୍‌ କେସ୍‌ ୧୭ହଜାର ୮୦୧କୁ ବୃଦ୍ଧି ପାଇଛି। ପଜିଟିଭ୍‌ ରେଟ୍‌ ରହିଛି ୦. ୭୧ ପ୍ରତିଶତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.