ମିଳିତ ଜାତିସଂଘର ମାନବାଧିକାର କମିଶନ ପରିଷଦ ନିର୍ବାଚନ ଜିତିଲା ଭାରତ

ୟୁଏନ୍ : ମିଳିତ ଜାତିସଂଘର ମାନବାଧିକାର କମିଶନ ପରିଷଦ ନିର୍ବାଚନ ଜିତିଲା ଭାରତ । ଏସିଆ-ପାସିଫିକ୍‌ରୁ ଭାରତ ଖାତାରେ ପଡ଼ିଥିଲା ସର୍ବାଧିକ ୧୮୮ ଭୋଟ୍‌ । ଏଥିରେ ଭାରତର କାର୍ଯ୍ଯକାଳ ୩ ବର୍ଷ ପାଇଁ ରହିଛି । ଆସନ୍ତାବର୍ଷ ଜାନୁଆରୀ ୧ ତାରିଖରୁ ଆରମ୍ଭ ହେବ । ୧୯୩ ସଦସ୍ୟ ବିଶିଷ୍ଟ ମିଳିତ ଜାତିସଂଘ ମହାସଭା ମାନବାଧିକାର ପରିଷଦର ନୂଆ ସଦସ୍ୟ ପାଇଁ ନିର୍ବାଚନ କରିଥିଲା । ଗୁପ୍ତ ମତଦାନରେ ବଛା ଯାଇଥିଲା ୧୮ ନୂଆ ସଦସ୍ୟ ।

voteଏହି ନିର୍ବାଚନ ଜିତିବା ପାଇଁ ଯେକୌଣସି ଦେଶକୁ ଆବଶ୍ୟକ ଥିଲା ୯୭ଟି ଭୋଟ୍‌ । ଏହି ବିଜୟ ସହ ଭାରତ ଏସିଆ-ପାସିଫିକ୍‌ କ୍ଷେତ୍ରରେ ନିଜ ସ୍ଥାନ ପକ୍କା କରିଛି । ଏସିଆ-ପାସିଫିକ୍‌ କ୍ଷେତ୍ର ପାଇଁ ଭାରତ ସମେତ ବାହାରିନ୍‌, ବାଂଲାଦେଶ, ଫିଜି ଓ ଫିଲିପାଇନ୍ସ ନାମାଙ୍କନ ଦାଖଲ କରିଥିଲେ । ଭାରତ ପୂର୍ବରୁ ୨୦୧୧-୨୦୧୪ ଓ ୨୦୦୪-୨୦୧୭ ପର୍ଯ୍ଯନ୍ତ ମିଳିତ ଜାତିସଂଘ ମାନବାଧିକାର କମିଶନର ସଦସ୍ୟ ରହି ସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.