ଅକ୍ସିଜେନ ଟ୍ୟାଙ୍କର ଜୁଟାଇବାରେ ଲାଗି ପଡ଼ିଛି ଭାରତୀୟ ବାୟୁସେନା, ଦୁବାଇରୁ ଅଣାଗଲା ୬ କ୍ରାୟୋଜନିକ ଟ୍ୟାଙ୍କର

ଦେଶରେ କରୋନାର ଦ୍ୱିତୀୟ ଲହରୀ ଭିତରେ ଅକ୍ସିଜେନ ଅଭାବକୁ ଦୂର କରିବା ପାଇଁ ଭାରତୀୟ ବାୟୁସେନା ଅକ୍ସିଜେନ ଟ୍ୟାଙ୍କର ଜୁଟାଇବା କାର୍ଯ୍ୟକୁ ତ୍ୱରାନ୍ଵିତ କରିଛି। ବାୟୁସେନାର ମାଲବାହକ ବିମାନ C-17 Globemaster(ଗ୍ଲୋବେମାଷ୍ଟର) ଦୁବାଇରୁ ୬ଟି ସ୍ୱତନ୍ତ୍ର କ୍ରାୟୋଜନିକ ଅକ୍ସିଜେନ ଟ୍ୟାଙ୍କର ଧରି ସୋମବାର ରାତିରେ ବଙ୍ଗର ପାନାଗଡ଼ସ୍ଥିତ ଏୟାରବେସ୍‌ରେ ପହଞ୍ଚିଛି। ମଙ୍ଗଳବାର ମଧ୍ୟ ବାୟୁସେନା ଆହୁରି ୬ କ୍ରାୟୋଜନିକ ଟ୍ୟାଙ୍କର ଦୁବାଇରୁ ଭାରତ ଆଣିବ।

ବାୟୁସେନା ବିମାନ ଦେଶର ସେହି ସବୁ ସ୍ଥାନକୁ ଟ୍ୟାଙ୍କର ପହଞ୍ଚାଉଛି, ଯେଉଁଠି କରୋନା ରୋଗୀ ଅକ୍ସିଜେନ ଅଭାବଜନିତ କଷ୍ଟ, ଯନ୍ତ୍ରଣା ଭୋଗୁଛନ୍ତି। ଦୁବାଇରୁ ଅଣାଯାଉଥିବା ଏହି ଖାଲି ଟ୍ୟାଙ୍କରରେ ଅକ୍ସିଜେନ ଭରି ସାରା ଦେଶରେ ପହଞ୍ଚାଯିବ। ବାୟୁସେନା ଆବଶ୍ୟକତା ହିସାବରେ ଭର୍ତ୍ତି ହୋଇଥିବା ଟ୍ୟାଙ୍କରକୁ ନିକଟସ୍ଥ ଏୟାରବେସ୍‌ ପର୍ଯ୍ୟନ୍ତ ପହଞ୍ଚାଇବ।

ସୂଚନା ରହିଛି, ଗତ ଶନିବାର ମଧ୍ୟ ବାୟୁସେନାର ଗ୍ଲୋବେମାଷ୍ଟର ସିଙ୍ଗାପୁରରୁ ୪ କ୍ରାୟୋଜନିକ ଟ୍ୟାଙ୍କର ନେଇ ଭାରତ ଆସିଥିଲା। ଅତ୍ୟାଧୁନିକ ମାଲବାହକ ଗ୍ଲୋବେମାଷ୍ଟର ବ୍ୟତୀତ C-130J Super Hercules Aircraft ଓ IL-76 ହେଲିକାପ୍ଟର ବି ଅକ୍ସିଜେନ ଏବଂ ଅନ୍ୟାନ୍ୟ ସାଧନ ଖୁବ୍‌ଶୀଘ୍ର ରୋଗୀଙ୍କ ପାଖରେ ପହଞ୍ଚାଇବାରେ ଲାଗି ପଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.