କାର୍ଗିଲ ବିଜୟ ଏବଂ ପାକିସ୍ତାନ ଏୟାରଷ୍ଟ୍ରାଇକକୁ ସଫଳ କରାଇଥିବା ମିଗ୍‌-୨୧ ବାୟୁସେନାରୁ ହଟିବ

ଏୟାରଫୋର୍ସର ଶକ୍ତି କୁହାଯାଉଥିବା ମିଗ୍‌-୨୧ ବିମାନ ଏବେ ବେଶ୍‌ ଚର୍ଚ୍ଚାରେ। ଗୁରୁବାର ଦିନ ରାଜସ୍ଥାନର ବାରମେରରେ ମିଗ୍‌-୨୧ ବିମାନ ଦୁର୍ଘଟଣା ହୋଇଥିଲା। ଏଥିରେ ଦୁଇ ପାଇଲଟ୍ ଫ୍ଲାଇଟ ଲେଫ୍ଟନାଣ୍ଟ ଏ. ବାଲା ଓ ଓ୍ୱିଙ୍ଗ କମାଣ୍ଡର ରାଣାଙ୍କ ମୃତ୍ୟୁ ପରେ ମିଗ୍-୨୧କୁ ଭାରତୀୟ ବାୟୁସେନାରୁ ସେବା ନିବୃତ୍ତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ରିପୋର୍ଟ ମୁତାବକ, ୧୯୯୯ କାର୍ଗିଲ ବିଜୟ ଓ ୨୦୧୯ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକକୁ ସଫଳ କରାଇଥିବା ମିଗ୍-୨୧ ଲଢୁଆ ବିମାନ ଅବସର ନେବ। ୨୦୨୫ ଶେଷ ସୁଦ୍ଧା ଭାରତୀୟ ବାୟୁସେନାରୁ ସେବା ନିବୃତ୍ତ ହେବ ମିଗ୍-୨୧ ବିମାନ। ଏହି ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୩୦ରୁ ଆରମ୍ଭ ହେବ। ଅବଶିଷ୍ଟ ୩ଟି ସ୍କ୍ୱାର୍ଡନକୁ ଆସନ୍ତା ୩ ବର୍ଷରେ ବନ୍ଦ କରାଯିବ।

ଭାରତୀୟ ବାୟୁସେନାର ଇତିହାସରେ ମିଗ୍‌-୨୧ ଫାଇଟର ବିମାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଲୋକେ ଏବେ ଏହାକୁ ଅବସର ନେବା ପାଇଁ ଦାବି କରୁଛନ୍ତି। ଗତ କିଛି ବର୍ଷ ଧରି ମିଗ୍-୨୧ ଦୁର୍ଘଟଣା ବୃଦ୍ଧି ପାଇବା ପରେ ମିଗ୍-୨୧କୁ ଭାରତୀୟ ସେନାରୁ ଅବସର ଦେବାକୁ ଚିନ୍ତା କରାଯାଉଥିଲା। ଗତ ଗୁରୁବାର ଦିନ ସଂଧ୍ୟାରେ ରାଜସ୍ଥାନର ବାରମେରରେ ମିଗ୍-୨୧ର ଏକ ଟ୍ରେନର ଏୟାରକ୍ରାଫ୍ଟ ରାଜସ୍ଥାନର ବାରମେରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ସେପଟେମ୍ବର ୩୦ ସୁଦ୍ଧା ଶ୍ରୀନଗରରେ ଅବସ୍ଥାପିତ ମିଗ୍-୨୧ର ଗୋଟିଏ ସ୍କ୍ୱାର୍ଡନକୁ ଅବସର ଦିଆଯିବ। ପରେ ଆଉ ୩ ବର୍ଷ ଅର୍ଥାତ ୨୦୨୫ ଶେଷ ସୁଦ୍ଧା ବାକି ୩ଟି ସ୍କ୍ୱାର୍ଡନକୁ ଅବସର ଦିଆଯିବ ବୋଲି ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅନୁସାରେ ୨୦୨୩ରେ ଗୋଟିଏ, ୨୦୨୪ରେ ଗୋଟିଏ ଓ ୨୦୨୫ରେ ଶେଷ ସ୍କ୍ୱାର୍ଡନକୁ ଅବସର ଦିଆଯିବ। ଏହାସହ ୨୦୨୫ ଶେଷ ସୁଦ୍ଧା ଭାରତୀୟ ସେନାରୁ ମିଗ୍-୨୧ ସେବା ନିବୃତ୍ତ ହେବ।

mig
Photo credit: News mobile

ଗତ ୨୦୨୧ରେ ମିଗ-୨୧ ବାଇସନ ଫାଇଟର ଜେଟ୍‌ ୫ ଥର ଦୁର୍ଘଟଣା ହୋଇଛି। ଏହି ଘଟଣାରେ ୩ ଜଣ ପାଇଲଟଙ୍କ ଜୀବନ ଚାଲିଯାଇଛି। ଗତ ୬ ମାସ ମଧ୍ୟରେ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମଧ୍ୟ ୫ ଜଣ ପାଇଲଟଙ୍କ ଜୀବନ ଯାଇଛି। ତେବେ ଆକଳନ ମୁତାବକ ଗତ ୬ ବର୍ଷ ମଧ୍ୟରେ ମିଗ-୨୧ ବିମାନ ୪୦୦ ଦୁର୍ଘଟଣାର ଶିକାର ହୋଇଛି। ଯେଉଁଥିରେ ୨୦୦ରୁ ଅଧିକ ପାଇଲଟ ନିଜ ଜୀବନ ହାରିଛନ୍ତି ।

୨୬ ଜୁଲାଇକୁ କାରର୍ଗିଲ ବିଜୟ ଦିବସ ଅବସରରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ୧୯୯୯ ମସିହାରେ କାରର୍ଗିଲ ଯୁଦ୍ଧରେ ମିଗ୍‌-୨୧ ବିମାନ ବେଶ୍‌ ଭୂମିକା ନିର୍ବାହ କରିଥିଲା। ମିଗ୍‌-୨୧ ବାଇସନ ଫାଇଟର ବିମାନ ମିଗ୍‌-୨୧ର ଅପଗ୍ରେଡେଡ୍‌ ଭର୍ସନ। କାରର୍ଗିଲ ଯୁଦ୍ଧରେ ଭାରତୀୟ ବାୟୁସେନା ଯବାନ ମିଗ-୨୧, ମିଗ-୨୩, ମିଗ୍‌-୨୭ ଫାଇଟର ବିମାନ ସହିତ ଶତ୍ରୁଙ୍କ ଘରେ ପଶି ଆକ୍ରମଣ କରିଥିଲା। ଭାରତୀୟ ବାୟୁସେନା ଆତଙ୍କବାଦୀଙ୍କ ପାଇଁ ‘ଅପରେସନ ବିଜୟ’ ଅଭିଯାନ ଚଲାଯାଇଥିଲା।

ସେହିପରି ୨୦୧୯ ପାକିସ୍ତାନ ବିରୋଧରେ ହୋଇଥିବା ଏୟାରଷ୍ଟ୍ରାଇକ୍ ବେଳେ ଭାରତୀୟ ବାୟୁସେନାର ମିଗ୍-୨୧ ପାକିସ୍ତାନର ଏଫ୍-୧୬ ବିମାନକୁ ଖସାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.