ଏଲ୍‌ଏସିରେ ଶକ୍ତି ପ୍ରଦର୍ଶନ କରୁଛି ବାୟୁସେନା, ଉଡ଼ିଲା ସୁଖୋଇ-୩୦ ଓ ମିଗ୍‌-୨୯; ଦେଖନ୍ତୁ ଭିଡିଓ

ଚୀନ୍‌ ସହ ଚାଲିଥିବା ଅସନ୍ତୋଷ ମଧ୍ୟରେ ଭାରତୀୟ ବାୟୁସେନା ପୁଣିଥରେ ପୂର୍ବ ଲଦାଖରେ ଏଲ୍‌ଏସିରେ ନିଜ ଶକ୍ତି ପ୍ରଦର୍ଶନ କରିଛି। ବାୟୁସେନା ନିଜ ଏୟାରବେସ୍‌ରେ ଶନିବାର ଯୁଦ୍ଧ ଅଭ୍ୟାସ କରିଛି। ଏ ଅବସରରେ ସୁଖୋଇ Su-୩୦MKI  ଓ ମିଗ୍‌ ୨୯ ବିମାନ ସହ ଆପାଚି ହେଲିକପ୍ଟର ମଧ୍ୟ ଆକାଶରେ ଉଡ଼ାଣ ଭରିଥିବା ଦେଖିବାକୁ ମିଳିଛି। ଏହି ଡ୍ରିଲ ସହ ଭାରତୀୟ ବାୟୁସେନା ଚୀନ୍‌କୁ ଜବାବ ଦେଇଛି ଯେ ଆମେ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ।

ଜୁନ୍‌ ୧୫ ତାରିଖରେ ଗଲଓ୍ଵାନ୍‌ ଘାଟୀରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭାରତୀୟ ବାୟୁସେନା ସୀମାରେ ବିମାନ ମୁତୟନ କରିଛନ୍ତି। ଏବେ ପ୍ରାୟତଃ ଏହି ବିମାନ ସୀମାରେ ଉଡ଼ୁଥିବା ଦେଖିବାକୁ ମିଳିଛି। ଭାରତୀୟ ବାୟୁସେନାର କହିବାନୁସାରେ ସେମାନେ ଯେକୌଣସି ଆକ୍ରମଣାତ୍ମକ ପରିସ୍ଥିତିର ମୁହଁତୋଡ଼ ଜବାବ ଦେବାକୁ ପ୍ରସ୍ତୁତ।

ସୂଚନାଯୋଗ୍ୟ ଯେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଲଦାଖ ଗସ୍ତରେ ଯାଇଥିଲେ। ସେ ସେଠାରେ ଆହତ ଯବାନଙ୍କୁ ଭେଟି ତାଙ୍କୁ ଉତ୍ସାହିତ କରିଥିଲେ। ତେବେ ମୋଦିଙ୍କ ଗସ୍ତର ପର ଦିନ ବାୟୁସେନାର ଏଭଳି ଅଭ୍ୟାସକୁ ଦେଖି ଯୁଦ୍ଧ ହେବା ଆଶଙ୍କା ସୃଷ୍ଟି ହୋଇଛି।

Leave A Reply

Your email address will not be published.