ହଜି ଯାଇଥିବା ଚମରୀ ଗାଇକୁ ଖୋଜି ଖୋଜି ଭାରତୀୟ ସୀମାରେ ପ୍ରବେଶ କଲେ ଚୀନ ସୈନିକ, କିନ୍ତୁ ଭାରତୀୟ ସେନା ଏଭଳି କଲା ….

କେନ୍ୟୁଜ୍(ବ୍ୟୁରୋ):  ପୁଣି ମାନବିକତା ଦେଖାଇଲା ଭାରତୀୟ ସେନା। ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ବା ଏଲ.ଏ.ସି ପାର କରିଆସିଥିବା ଚୀନ ସୈନିକକୁ ନିଜ ସ୍ବଦେଶକୁ ଫେରାଇ ଦେଇଛି ଭାରତୀୟ ସେନା। ସୈନିକଙ୍କୁ ଛାଡିଦିଆଯିବାର ଘଟଣାକୁ ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଛି। ଗ୍ଲୋବାଲ ଟାଇମ୍ସର ସମ୍ପାଦକ କହିଛନ୍ତି ଯେ ପୂର୍ବ ଲଦାଖର ଡେମୋକୋକ ସେକ୍ଟରରେ LAC ରେ ବୁଲୁଥିବା ଜଣେ ଚୀନ୍ ସୈନିକଙ୍କୁ  ବୁଧବାର ସକାଳେ ଭାରତ  ଚୀନ୍ ସେନାକୁ ହସ୍ତାନ୍ତର କରିଛି।

ଏହାପୂର୍ବରୁ ଭାରତୀୟ ସେନା ଏକ ବିବୃତ୍ତି ଜାରି କରି କହିଛି ଯେ ବନ୍ଦୀ ହୋଇଥିବା ସୌନିକ ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି (PLA) ର ସୈନିକ ବୋଲି ଜଣା ପଡିଛି।  ସବୁ ଫର୍ମାଲିଟି ପୁରଣ ପରେ ତାଙ୍କୁ ଚୁସୁଲ-ମୋଲଡୋ ସୀମାନ୍ତରେ ଚୀନ୍ ସେନାକୁ ହସ୍ତାନ୍ତର କରାଯିବ ବୋଲି ବିବୃତ୍ତିରେ କୁହାଯାଇଛି। PLAର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ର ସିନିୟର କର୍ଣ୍ଣେଲ  ଝାଙ୍ଗ ଶୁଇଲି ଦାବି କରିଛନ୍ତି ଯେ ଚୀନ୍ ସୈନିକ ୧୮ ଅକ୍ଟୋବର ସନ୍ଧ୍ୟାରେ  ଚୀନ-ଭାରତ ସୀମାରେ ନିଖୋଜ ହୋଇଯାଇଥିଲେ । ଯେତେବେଳେ ସେ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କର ଚମରୀ ଗାଇ ଖୋଜିବାରେ ସାହାଯ୍ୟ କରୁଥିଲେ।

 ସୈନିକ ଜଣକ ପୂର୍ବ ଲଦାଖର ଡେମୋକୋକ ସେକ୍ଟରରେ ବୁଲୁଥିଲେ।   ଏହା ଦେଖି ଭାରତୀୟ ସେନା ତାଙ୍କୁ ଗିରଫ କରିନେଇଥିଲେ।  ଗିରଫ ହେବା ପରେ ସେହି ଚୀନ ସୈନିକଙ୍କ ପ୍ରତି ଭାରତୀୟ ସେନା ମାନବିକ ଉଦାହରଣ ପ୍ରଦାନ କରି ଅମ୍ଳଜାନ, ଖାଦ୍ୟ ଏବଂ ଉଷ୍ମ ଚିକିତ୍ସା ସେବା ଯୋଗାଇ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.