ପୁଣି ଅସ୍ତ୍ର ବିରତି ଉଲଂଘନ କଲା ପାକିସ୍ତାନ, ଗୁଳିବିନିମୟରେ ୩ ଜଣ ଆତଙ୍କବାଦୀ ମୃତ

ଜମ୍ମୁ ଓ କାଶ୍ମୀର: ପୁଣି ବିଶୃଙ୍ଖଳିତ ହୋଇଛି ପାକିସ୍ତାନ । ଆଜି ସକାଳେ ବାଲାକୋଟ ସେକ୍ଟର ସ୍ଥିତ ଏଲଓସିରେ ପାକିସ୍ତାନ ପଟରୁ ଗୁଳିବିନିମୟ ଆରମ୍ଭ ହୋଇଛି। ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳି ବିନିମୟ ଜାରି ରହିଛି । ଜମ୍ମୁ ଓ କାଶ୍ମୀର ସୀମାନ୍ତ ଅଂଚଳରେ ଭାରତ ଓ ପାକିସ୍ତାନ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଯାଇଛି । ରାଜ୍ୟର ସୋପିଆନ ଅଂଚଳରେ ରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଭାରତୀୟ ସେନା ପକ୍ଷରୁ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯିବା ସହିତ ଜଦିବଲ ଓ ଜୁନିମାର ପୋଯୱାଲାପୁର ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି । ପାକିସ୍ଥାନ ପକ୍ଷରୁ କେତେ ଆତଙ୍କବାଦୀ ଲୁଚି ରହିଛନ୍ତି ସେନେଇ କୌଣସି ସ୍ପଷ୍ଟୀକରଣ ଆସିନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ବିଶେଷ ସୂତ୍ରରୁ ସନ୍ଧାନ ମିଳିବା ପରେ ଜାଡିବଲ ଓ ଜୁନିମାର ପୋଯୱାଲାପୁର ଅଞ୍ଚଳରେ ଏକ କର୍ଡନ ସେନାଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ରାଷ୍ଟ୍ରୀୟ ରାଇଫଲ୍ସ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ, ଜାମ୍ମୁ କାଶ୍ମୀର ପୋଲିସ ଶ୍ରୀନଗରର ତଳିଆ ଅଂଚଳ ଯେମିତିକି ଜୁନିମାର, ଜଦିବଳ ସମେତ ଅନ୍ୟାନ ସ୍ଥାନ ଗୁଡିକରେ ସର୍ଚିଙ୍ଗ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ପୋଲିସ ଟିମ ଆତଙ୍କବାଦୀ ମାନଙ୍କୁ ସମର୍ପଣ କରିବାକୁ କହିଥିଲେ । ଅଭିଯାନରେ ଥିବା ଅଧିକାରୀ ମାନେ ଆତଙ୍କବାଦୀ ମାନଙ୍କୁ ସମର୍ପଣ କରିବାକୁ କହିଥିଲେ ମଧ୍ୟ ସେପଟରୁ କୌଣସି ପ୍ରତିକ୍ରିୟା ନଆସିବାରୁ ସୁରକ୍ଷା ବଳ ମାନେ ସେଠାକାର ଘର ଗୁଡିକୁ ଘେରି ନେଇଥିଲେ । ଏହା ସହ ଆଖପାଖ ଘର ଗୁଡିକରେ ଥିବା ଲୋକ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସୁରକ୍ଷାବଳ ଯବାନ ମାନେ ପରେ ସେହି ଘର ଆଡକୁ ଯାଆନ୍ତେ ସେଠାରେ ଲୁଚିରହିଥିବା ଆତଙ୍କବାଦୀ ନିଜ ହାତ ହତିଆରରୁ ଗୁଳି ଚାଲନା କରିଥିଲେ ।ଜବାବରେ ସୁରକ୍ଷା ବଳଙ୍କ ତରଫରୁ ବି ଗୁଳି ଚାଳନା କରାଯାଇଥିଲା ।

ଦୁଇ ପକ୍ଷର ଏହି ହାତାହାତିରେ 3 ଜଣ ଆତଙ୍କବାଦୀ ନିହତ ହୋଇଥିଲେ । କୁହାଯାଉଛିକି, ଅନେକ ଦିନର ବ୍ୟବଧାନ ପରେ ଶ୍ରୀନଗର ଅଞ୍ଚଳରେ ଏପରି ଘେରାବନ୍ଦୀ ତଥା ସର୍ଚ୍ଚ ଅପରେସନ ହୋଇଛି । ସୁରକ୍ଷା ବଳ ତରଫରୁ ସମସ୍ତ ରାସ୍ତା ସିଲ କରା ଯାଇଥିଲା । ଏହା ସହ ସ୍ଥାନୀୟ ପ୍ରଶାସନ କୌଣସି ପ୍ରକାର ଗୁଜବ ପ୍ରଘଟ ହେବାରୁ ରୋକିବା ପାଇଁ ଶ୍ରୀନଗର ଓ ପୁଲବାମା ଜିଲ୍ଲାର ବିଏସଏନଏଲ ସମେତ ସେଲୁଳାର କମ୍ପାନୀ ମାନଙ୍କ ମୋବାଇଲ ଓ ଇଣ୍ଟରନେଟ ସେବା ଆଦିକୁ ବନ୍ଦ କରିଦେଇଥିଲେ । ଏହି କାରଣରୁ ସ୍କୁଲ ତଥା ବିଭିନ୍ନ ଅନଲାଇନ ପରୀକ୍ଷା ଗୁଡିକୁ ବି ବାତିଲ କରିଦିଆଯିଆଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.