ଅମରନାଥ ଯାତ୍ରୀଙ୍କ ପାଇଁ ରାତାରାତି ଭାଙ୍ଗି ଥିବା ସେତୁ ପୁନଃ ନିର୍ମାଣ କଲେ ଭାରତୀୟ ସେନା, ଭିଡିଓ ହେଉଛି ଭାଇରାଲ୍
ହିମାଚଳ ପ୍ରଦେଶରେ ଅବସ୍ଥିତ ଭଗବାନ ଶିବ ଅମରନାଥ ଗୁମ୍ଫା ମନ୍ଦିରର ରାସ୍ତାର ସେତୁକୁ ପୁନଃ ନିର୍ମାଣ କରିଛନ୍ତି ହିମାଳୟରେ ଥିବା ଭାରତୀୟ ସେନା। ଅମରନାଥ ବାର୍ଷିକ ତୀର୍ଥଯାତ୍ରା ହୋଇଥାଏ। ୩ ହଜାର ୮୮୦ ମିଟର ଉଚ୍ଚ ଗୁମ୍ଫା ମନ୍ଦିରକୁ ଯିବା ପାଇଁ ପ୍ରତିବର୍ଷ ଅନେକ ଲୋକ ଭିଡ ଲାଗନ୍ତି। କିଏ କିଏ ଯାଇ ପାରନ୍ତି ତ ଆଉ କିଏ କିଏ ଯାଇପାରନ୍ତି ନାହିଁ।
#WATCH J&K | Two bridges near Brarimarg on Baltal Axis damaged by landslides were restored by Chinar Corps which reconstructed the bridges overnight for the resumption of route for Amarnath Yatra pilgrims (02.07)
(Source: Indian Army) pic.twitter.com/dDIjvXsW6d
— ANI (@ANI) July 2, 2022
ତେବେ ଅମରନାଥ ଯାତ୍ରା ଜୁନ୍ ୩୦ ରୁ ଆରମ୍ଭ ହୋଇଛି। ଜାମ୍ମୁ କାଶ୍ମୀରରେ ଅମରନାଥ ଯାତ୍ରା ମଧ୍ୟରେ ତୀର୍ଥଯାତ୍ରୀମାନଙ୍କ ପାଇଁ ରାସ୍ତା ସଫା କରିବା ପାଇଁ ଜାମ୍ମୁ କାଶ୍ମୀରରେ ରାତାରାତି ଦୁଇଟି ସେତୁ ମରାମତି କରାଯାଇଥିଲା। କାରଣ ତାପମାତ୍ରା ଠିକ୍ ନଥିବାରୁ ଲାଣ୍ଡ ସ୍ଲାଇଡିଙ୍ଗ ହେବାରୁ ଏହି ସେତୁ କ୍ଷୟକ୍ଷତି ହୋଇଥିଲା। ବାଲ୍ଟାଲ ଆକ୍ସିସ୍ ଉପରେ ବ୍ରାରିମର୍ଗ ନିକଟରେ ଅବସ୍ଥିତ ସ୍ଥାନରେ ହିଁ ଭୂସ୍ଖଳନ ହୋଇଥିଲା। ତେଣୁ ତୀର୍ଥଯାତ୍ରୀଙ୍କ ସୁରକ୍ଷା ତଥା ଅମରନାଥ ଯାତ୍ରାର ସୁବିଧା ପାଇଁ ଭାରତୀୟ ସେନାର ଚିନାର କୋପ୍ ରାସ୍ତା ଠିକ୍ କରିବାରେ ଲାଗିଥିଲେ।
ତେବେ ଏହି ରାସ୍ତା ଜୁଲାଇରେ ୧ ତାରିଖରେ ହିଁ ଭାଙ୍ଗି ଯାଇଥିଲା। ନଷ୍ଟ ହୋଇଥିବା ସେତୁଗୁଡ଼ିକର ପୁନରୁଦ୍ଧାର ପାଇଁ ସିଭିଲ୍ ପ୍ରଶାସନ ସେନାଙ୍କୁ ଅନୁରୋଧ କରିଥିଲା। ଏହା ପରେ ସେନାର ୧୩ ଜଣ ଇଞ୍ଜିନିୟର ରେଜିମେଣ୍ଟ ରାତିରେ ପାଣିପାଗ ଏବଂ ଅନ୍ଧକାରର ବିପର୍ଯ୍ୟୟ ବିଷୟରେ ସୂଚନା ଜାଣି ଏକ ନୂତନ ସେତୁ ସ୍ଥାପନ କରିଥିଲା। ଏହାଦ୍ୱାରା ଯାତ୍ରା ଠିକ୍ ଭାବେ ହୋଇ ପାରିବ ଓ ତୀର୍ଥଯାତ୍ରୀମାନେ ନିରାପତ୍ତାରେ ଯାତ୍ରା କରିପାରିବେ। ରାସ୍ତା ସଜାଡି ପୁନଃ ସେତୁ ନିର୍ମାଣ କରିବା ପରେ ପ୍ରଶାସନ ସେନାଙ୍କୁ ଧନ୍ୟବାଦ ଜଣାଇଥିଲେ