ଭାରତ ସରକାର ୬ ମାସରେ ଫେସବୁକର ୪୦,୩୦୦ ୟୁଜର୍ସଙ୍କ ଡାଟାକୁ କଲା ଯାଞ୍ଚ, ରିପୋର୍ଟରୁ ପ୍ରକାଶ

ସୋସିଆଲ ମିଡିଆ କମ୍ପାନୀ ଫେସବୁକ ନିଜ ନୂଆ ଟ୍ରାନ୍ସପେରେନ୍ସି ରିପୋର୍ଟ ଦାଖଲ କରିଛି । ଯେଉଁଥିରେ ଭାରତ ସରକାର ୨୦୨୦ରେ ଶେଷ ୬ ମାସରେ ୪୦ ହଜାର ୩୦୦ ୟୂଜର୍ସଙ୍କ ଡାଟା ମାଗିଥିଲା । ଆମେରିକା କମ୍ପାନୀ ଫେସବୁକ ୨୦୨୦ ଜୁଲାଇ ରୁ ଡିସେମ୍ବର ମଧ୍ୟରେ ଭାରତର ସୂଚନା ମନ୍ତ୍ରାଳୟ ପକ୍ଷର ନିର୍ଦ୍ଦେଶ ଅନୁସାରେ ୮୭୮ ଆଇଟମକୁ ପ୍ରତିବନ୍ଧିତ ମଧ୍ୟ କରିଥିଲା ।

ରିପୋର୍ଟ ମୁତାବକ, ଭାରତ ଜୁଲାଇରୁ ଡିସେମ୍ବର ମଧ୍ୟରେ ୪୦ ହଜାର ୩୦୦ ୟୂଜର୍ସଙ୍କ ଡାଟା ମାଗିଥିଲା । ଯେଉଁଥିରେ ୩୭ ହଜାର ୮୬୫ର ଯାଞ୍ଚ କରାଯାଇଥିଲା । ଏହାସହ ୨ହଜାର ୪୩୫ ୟୁଜର୍ସଙ୍କ ଏମରଞ୍ଜେନସି ଯାଞ୍ଚ କରାଯାଇଥିଲା । ଏହି ପ୍ରକ୍ରିୟାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି। ଯେଉଁଠି ମୋଟ ୬୧ ହଜାର ୨୬୨ ୟୁଜର୍ସଙ୍କ ଡାଟାକୁ ଯାଞ୍ଚ କରାଯାଇଛି ।

ଫେସବୁକ ୟୁଜର୍ସଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ କରାଯାଇଥିଲା । କାରଣ ଅନେକ ଫେକ ଆକାଉଣ୍ଟ ଦ୍ୱାରା ଅନ୍ୟ ରିୟଲ ୟୁଜର୍ସ ସମସ୍ୟାର ସମ୍ମୁଖିନ ହେଉଥିଲେ । ଏହାବ୍ୟତିତ ମିଛ ଖବର ମଧ୍ୟ ଅଧିକ ମାତ୍ରାରେ ଭାଇରାଲ କରାଯାଉଥିଲା । ଯାହା ସୋସିଆଲ ମିଡିଆ ଦ୍ୱାରା ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.