୧୪୦ରୁ ଅଧିକ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଫେରିଲା ବାୟୁସେନା ବିମାନ, ଏବେ ପାଇଁ କାବୁଲରେ ଦୂତାବାସକୁ ବନ୍ଦ କଲା ଭାରତ

ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଯାଇଛି। ଲୋକେ ଜୀବନ ବିକଳରେ କ’ଣ କରିବେ ତାହା ଜାଣିପାରୁନାହାନ୍ତି। ଦେଶ ଛାଡିବା ପାଇଁ ଲୋକେ ଫ୍ଲାଇଟ ଟାୟାର ବସି ଆସିବାକୁ ଉଦ୍ଯମ କରୁଛନ୍ତି। ଆଫଗାନିସ୍ତାନର ଚିତ୍ର ଦେଖିଲେ ବିକଳ ଲାଗୁଛି। ଏପରି ସ୍ଥିତିରେ କାବୁଲରୁ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଉଡ଼ିଲା ବିମାନ । ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ମାଧ୍ୟମରେ ୧୪୦ରୁ ଅଧିକ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଣାଯାଉଛି । ଏହାଛଡା ଆଇଟିବିପି ଯବାନ, ମିଡିଆ କର୍ମୀ ମଧ୍ୟ ସାମିଲ ରହିଛନ୍ତି।

କର୍ମଚାରୀମାନଙ୍କୁ ଗତକାଲି ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରର ସୁରକ୍ଷିତ ଅଞ୍ଚଳ ଭିତରକୁ ଅଣାଯାଇଥିଲା। ଏହା ପରେ ଏବେ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯାଉଛି। ଆଫଗାନିସ୍ତାନର ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଭିସା ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ ଇ ଏମରଜେନ୍ସି ଏକ୍ସ-ମିସ୍କ ଭିସା ତିଆରି ହୋଇଛି । ଏହା ମାଧ୍ୟମରେ ତାଲିବାନ ନିୟନ୍ତ୍ରିତ ଦେଶ ଆଫଗାନିସ୍ତାନକୁ ଛାଡିବାକୁ ଚାହୁଁଥିବା ଲୋକେ ଭିସା ପାଇଁ ଶୀଘ୍ର ଆବେଦନ କରି ଶୀଘ୍ର ଭିସା ପାଇପାରିବେ।

ଏବେ କାବୁଲରେ ଥିବା ଭାରତୀୟ ଦୂତାବାସ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଅଣାଯାଉଥିବା ବେଳେ ପରେ ଭାରତୀୟ ନାଗରିକଙ୍କୁ ଅଣାଯିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.