ମଥୁରା ଷ୍ଟେସନରୁ ଶିଶୁପୁତ୍ର ଚୋରି ଘଟଣା: ବିଜେପି କର୍ପୋରେଟରଙ୍କ ଘରୁ ମିଳିଲା ଶିଶୁପୁତ୍ର, ସ୍ୱାମୀ ଓ ସ୍ତ୍ରୀ ଗିରଫ

ନିକଟରେ ମଥୁରା ରେଳଷ୍ଟେସନରୁ ରାତିରେ ମା’ ପାଖରେ ଶୋଇଥିବା ୭ ମାସର ଶିଶୁପୁତ୍ର ଚୋରି ହେବା ଘଟଣା ନେଇଛି ଭିନ୍ନ ମୋଡ । ଚୋରି ହୋଇଥିବା ଶିଶୁପୁତ୍ରକୁ ଫିରୋଜାବାଦ ବିଜେପି କର୍ପୋରେଟରଙ୍କ ଘରୁ ଠାବ କରିଛି ପୋଲିସ। ପୁଲିସ ଏହି ଘଟଣାରେ ଅଭିଯୁକ୍ତ କର୍ପୋରେଟର ବିନୀତା ଅଗ୍ରୱାଲ ଓ ତାଙ୍କ ସ୍ୱାମୀ କ୍ରିଷ୍ଣା ମୁରାରୀ ଅଗ୍ରୱାଲଙ୍କୁ ଗିରଫ କରିଛି । ସେମାନେ ଦୁଇଜଣ ଡାକ୍ତରଙ୍କ ଠାରୁ ୧ ଲକ୍ଷ ୮୦ ହଜାର ଟଙ୍କାରେ ଏହି ଶିଶୁ ପୁତ୍ରକୁ କିଣିଥିବା ପୋଲିସ ସୂଚନା ଦେଇଛି ।

ଗତ ୨୪ ତାରିଖରେ ମଥୁରା ରେଳଷ୍ଟେସନର ପ୍ଲାଟଫର୍ମ ନମ୍ବର-୯ରୁ ଏହି ଶିଶୁ ଚୋରି ହୋଇଥିଲା । ସେଠାରେ ଲାଗିଥିବା ସିସିଟିଭି ଫୁଟେଜରେ ଚୋରିର ଦୃଶ୍ୟ ରେକର୍ଡ ହୋଇଥିଲା। ଯାହାକୁ ଜଣେ ଯବାନ ସଚିନ କୌଶିକ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ତେବେ ଏହି ସିସିଟିଭି ଫୁଟେଜରୁ ଅଭିଯୁକ୍ତର ନାମ ଦୀପକ ବୋଲି ଜଣାପଡିବା ପରେ ପୋଲିସ ତାକୁ ଗିରଫ କରିଛି ।

ସେପଟେ ବିନୀତା ଓ ତାଙ୍କ ସ୍ୱାମୀ ପୋଲିସକୁ କହିଛନ୍ତି ଯେ, ସେମାନଙ୍କର ଏକ ୧୨ ବର୍ଷର କନ୍ୟା ସନ୍ତାନ ଅଛି । ପୁତ୍ର ସନ୍ତାନ ନଥିବାରୁ ସେମାନେ ଏହି ଶିଶୁଟିକୁ ପୋଷ୍ୟ ଭାବେ କିଣିଥିଲେ । କିନ୍ତୁ ତାହା ଚୋରି ବୋଲି ସେମାନେ ଜାଣିନଥିଲେ । ତେବେ ଏମିତି ଶିଶୁପୁତ୍ର ଚୋରି ପଛରେ ର‍୍ୟାକେଟ କାମ କରୁଛି ବୋଲି ପୋଲିସ ସନ୍ଦେହ କରୁଛି।

ସୂଚନାଯୋଗ୍ୟ, ଗତ ୩ ଦିନ ତଳେ ମଥରୁ ରେଳଷ୍ଟେସନର ୯ ନଂ ପ୍ଲାଟଫର୍ମରେ ଶୋଇଥିବା ଜଣେ ମହିଳାଙ୍କ କୋଳରୁ ୭ ମାସର ପିଲାକୁ ଚୋରି କରୁଥିବା ଜଣେ ଯୁବକ ସିସି ଟିଭିରେ ଦେଖିବାକୁ ମିଳିଥିଲା।

ଉତ୍ତରପ୍ରଦେଶର ପୋଲିସ ଯବାନ ସଚିନ କୌଶିକ ଏହି ଭିଡିଓକୁ ସେୟାର କରିଛନ୍ତି। ଯେଉଁଥିରେ ରେଲେଓ୍ଵ ଷ୍ଟେସନରେ ଶୋଇଥିବା ଜଣେ ମହିଳା ନିଜ ୭ ମାସର ପିଲାକୁ ଧରି ଶୋଇଛନ୍ତି। ମାତ୍ର କିଛି ସେକେଣ୍ଡ ମଧ୍ୟରେ ଜଣେ ବ୍ୟକ୍ତି ଆସି ପିଲାକୁ ଚୋରାଇ ସେଠାରୁ ଫେରାର ହୋଇଯାଇଥିଲେ। ଏହି ଭିଡିଓ ସେୟାର କରି ସଚିନ କୌଶିକ ଚୋରକୁ ପରିଚୟ କରି ଧରିବା ପାଇଁ ଅପିଲ କରିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେବାରେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.