ସଂସଦରେ ସାଂସଦ କଲେ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ, ଆଉ ତା’ ପରେ…

ସଂସଦ ବା ପାର୍ଲାମେଣ୍ଟ କୌଣସି ଦେଶର ଗର୍ବ ଏବଂ ସମ୍ମାନର ବିଷୟ ହୋଇଥାଏ। ଏହି ସ୍ଥାନରେ ଜନତା ନିର୍ବାଚିତ କରିଥିବା ପ୍ରତିନିଧି ବସି ଜନତାଙ୍କ ଅସୁବିଧାକୁ ନେଇ ଯୁକ୍ତିତର୍କ କରିଥାନ୍ତି। କିନ୍ତୁ ଥରେ ଭାବନ୍ତୁ, ଜନତାଙ୍କ ଅସୁବିଧା ବିଷୟରେ କହିବା ବଦଳରେ ଯଦି ଜଣେ ସାଂସଦ ନିଜେ କଥା ସଂସଦର ରଖନ୍ତି, ତେବେ କ’ଣ ହେବ। ଏପରି ଏକ ମଜାଦାର ଏବଂ ଦାୟିତ୍ୱହୀନତା କାମ କରିଛନ୍ତି ଇଟାଲୀର ଜଣେ ସାଂସଦ। ଇଟାଲୀ ସଂସଦରେ ଜଣେ ସାଂସଦ ଫ୍ଲୋବିଓ ଡି ମୁରେ ସଂସଦରେ ନିଜର ମତ ଉପସ୍ଥାପନା କରିବା ସମୟରେ ନିଜର ଗାର୍ଲଫ୍ରେଣ୍ଡକୁ ଏଲିସା ଡି ଲିଓଙ୍କ ସାମ୍ନାରେ ବିବାହ ପ୍ରସ୍ତାବ ରଖିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସାଂସଦ ଫ୍ଲୋବିଓଙ୍କ ଗାର୍ଲଫ୍ରେଣ୍ଡ ବ୍ୟକ୍ତିଗତ ଏବଂ ରାଜନୈତିକ ଜୀବନରେ ତାଙ୍କ ସହିତ ସବୁବେଳେ ରହିଛନ୍ତି। ସଂସଦରେ ତାଙ୍କ ଗାର୍ଲଫ୍ରେଣ୍ଡ ଫ୍ଲୋବିଓଙ୍କ ପ୍ରପୋଜକୁ ସ୍ୱୀକାର କରିଛନ୍ତି। ଗତ ବର୍ଷ ଫ୍ଲୋବିଓ ମାର୍ଚ୍ଚରେ ନିର୍ବାଚନ ଜିତି ସଂସଦ ଭାବେ ନିର୍ବାଚିତ ହୋଇଥିଲେ।
୩୩ ବର୍ଷୀୟ ସାଂସଦ ଫ୍ଲୋବିଓ ଲିଗ ପାର୍ଟିର ସାଂସଦ ଅଟନ୍ତି। ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ବେଳେ ସଂସଦରେ ଭୂମିକମ୍ପ ପରେ କିପରି ପୁନଃନିର୍ମାଣ ହୋଇପାରିବ ବୋଲି ଚର୍ଚ୍ଚା ଚାଲିଥିଲା। ଏହି ସମୟରେ ଫ୍ଲୋବିଓ ନିଜ ସିଟ୍‌ରୁ ଉଠି ଗାର୍ଲଫ୍ରେଣ୍ଡକୁ ବିବାହ ପାଇଁ ପ୍ରପୋଜ କରିଥିଲେ। ଯେଉଁଥିପାଇଁ ସଂସଦରେ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଫ୍ଲୋବିଓଙ୍କ ଏହିକାମରେ ଦୁଇ ଜଣ ସାଂସଦ ଉଠି ଆଲିଙ୍ଗନ କରିବା ସହ ପ୍ରଶଂସା ମଧ୍ୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.