ଘାଟିରେ ପୁଣି ଆତଙ୍କବାଦୀଙ୍କ ବର୍ବରତା : ଯବାନଙ୍କୁ ପ୍ରଥମେ ଅପହରଣ, ତା’ପରେ ଭିଡିଓଗ୍ରାଫି ଓ ପରେ ହତ୍ୟା

javed ahmed darଶ୍ରୀନଗର : ଘାଟିରେ ପୁଣି ଆତଙ୍କବାଦୀଙ୍କ ବର୍ବରତା । ଜଣେ ଯବାନଙ୍କୁ ପ୍ରଥମେ ଅପହରଣ, ତା’ପରେ ଭିଡିଓଗ୍ରାଫି ଓ ପରେ ହତ୍ୟା କରିଛନ୍ତି । ଜମ୍ମୁ କାଶ୍ମୀର ସୋପିଆନ୍‌ ଅଞ୍ଚଳରୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିବା କନଷ୍ଟେବଳ ଜାଭିଦ ଅହମ୍ମଦ ଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୁଲଗାମ୍‌ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ସୋପିଆନ୍‌ ନିକଟ ଏକ ମେଡିସିନ୍‌ ଦୋକାନରୁ ଜାଭିଦଙ୍କୁ ଆତଙ୍କବାଦୀ ବନ୍ଧୁକ ମୁନରେ ଉଠାଇ ନେଇଥିଲେ । ପରେ ତାଙ୍କର ଏକ ଭିଡିଓ ଛାଡ଼ିଥିଲେ ଆତଙ୍କବାଦୀ । ଏହାପରେ ତାଙ୍କୁ ହତ୍ୟା କରିଥିଲେ । ମାସେ ଭିତରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ୨ଟି ଏଭଳି କାଣ୍ଡ ଘଟାଇଲେଣି । ପୂର୍ବରୁ ଜୁନ୍‌ ୧୪ ତାରିଖରେ ପୁଲଓ୍ଵାମା ଜିଲ୍ଲାରେ ଆତଙ୍କବାଦୀମାନେ ଔରଙ୍ଗଜେବ୍‌ ନାମକ ଜଣେ ଯବାନଙ୍କୁ ଅପହରଣ ପରେ ହତ୍ୟା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.