ଜାମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ, ଲସ୍କର ସହ ଥିଲା ସମ୍ପର୍କ

ଜାମ୍ମୁ-କଶ୍ମୀର: ଜାମ୍ମୁ-କଶ୍ମୀରରେ ପୁଲଓ୍ଵାମାର ଦ୍ରବଗାମ ଅଞ୍ଚଳରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ନିହତ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ଥିଲେ। ସେମାନେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ସହ ଜଡ଼ିତ ଥିଲେ। ମୃତ ଆତଙ୍କୀଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ତାଙ୍କ ନାଁ ଜୁନେଦ ଶିରଗୋଜରୀ ବୋଲି ଜଣାପଡ଼ିଛି। ସେ ମେ’ ୧୩ରେ ସହିଦ ହୋଇଥିବା ରିୟାଜ ଅହମ୍ମଦଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା। ଆତଙ୍କୀଙ୍କ ନିକଟରୁ ଅସ୍ତ୍ର ଶସ୍ତ୍ର ଓ ଗୋଳାବାରୁଦ ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି।

ଶନିବାର କୁଲଗାମ୍‌ ଓ ପୁଲଓ୍ଵାମା ଜିଲ୍ଲାର ସୁରକ୍ଷା କର୍ମୀମାନେ ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଏନ୍‌କାଉଣ୍ଟର କରିଥିଲେ। ଏହି ଆକ୍ରମଣରେ ୩ ଆତଙ୍କବାଦୀ ପଦା ହୋଇଛନ୍ତି। ଏହି ଆତଙ୍କବାଦୀମାନେ ଦୀର୍ଘ ଦିନ ଧରି କଶ୍ମୀରର ବିଭିନ୍ନ ସ୍ଥାନରେ ଲସ୍କର-ଏ-ତୋଏବାର କହିବାନୁସାରେ ହିଂସା ଓ ଅନ୍ୟ ଅପରାଧିକ କାର୍ଯ୍ୟ କରୁଥିଲେ। ମେ’ ୧୩ ତାରିଖରେ ଏହି ଆତଙ୍କୀଙ୍କ ମଧ୍ୟରୁ ଜଣେ ପୋଲିସ ଉପରେ ମଧ୍ୟ ଆକ୍ରମଣ କରିଥିଲା। ଫଳରେ ରିୟାଜ ଅହମ୍ମଦ ନାମ୍ନୀ ସୁରକ୍ଷାକର୍ମୀ ସହିଦ ହୋଇଥିଲେ।

ଏ ନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ କୁଲଗାମ୍‌ର ଖାନ୍ଦୀପୋରା ଅଞ୍ଚଳରେ ଏକ ଆତଙ୍କବାଦୀ ଲୁଚିଥିବା ନେଇ ଶନିବାର ସୂଚନା ମିଳିଥିଲା। ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। ଏହି ସମୟରେ ଲୁଚିଥିବା ଆତଙ୍କବାଦୀ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳି ମାଡ଼ କରିଥିଲେ। ଏହି ଏନ୍‌କାଉଣ୍ଟରରେ ଜଣେ ଯବାନ ମଧ୍ୟ ଆହତ ହୋଇଥିବା ନେଇ ସୂଚନା ମିଳିଛି।

Also Read: ସନ୍ଦେହଜନକ ଅବସ୍ଥାରେ ମିଳିଲା ଜଣାଶୁଣା ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗରିମେଲାଙ୍କ ମୃତଦେହ, ଘରୁ କାର୍ବନ ମନୋକ୍ସାଇଡ୍‌ ସିଲିଣ୍ଡର ଜବତ କଲା ପୋଲିସ

Leave A Reply

Your email address will not be published.