ସେନା ଅପରେସନ ଅଲ୍ଆଉଟ୍-୨ : ଜମ୍ମୁ କାଶ୍ମୀର ବାନ୍ଦିପୁରାରେ ଏନକାଉଣ୍ଟରରେ ୨ ମୃତ

ନୂଆଦିଲ୍ଲୀ : ଅସ୍ତ୍ର ବିରତି ଶେଷ ପରେ ଜମ୍ମୁ କାଶ୍ମୀରରେ ସେନାର ଜୋରଦାର ଅପରେସନ ଚାଲୁରହିଛି। ବାନ୍ଦିପୁରାରେ ଏନ୍କାଉଣ୍ଟରରେ ୨ ଆତଙ୍କୀ ନିହତ ହୋଇଛନ୍ତି । ସେହିପରି ବିଜବେହେରାରେ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି । ବିଜବେହେରାରେ କିଛି ଆତଙ୍କବାଦୀ ଲୁଚିଥିବାର ଖବର ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି ।

ମଇ ୧୬ ତାରିଖରେ ପବିତ୍ର ରମଜାନ ମାସ ପାଇଁ ସେନା ପକ୍ଷରୁ ଅପରେସନ ଅଲ୍ଆଉଟ୍କୁ ସ୍ଥଗିତ ରଖାଯାଇଥିଲା । ତେବେ ରାଜ୍ୟରେ ଆତଙ୍କବାଦୀ କାର୍ୟ୍ୟକଳାପ ବଢିଥିଲା । ମଇ ୧୭ ତରିଖରୁ ଜୁନ୍ ୧୪ ତାରିଖ ମଧ୍ୟରେ ୬୨ଥର ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.