ଅତି ଭୟଙ୍କର ସାମୁଦ୍ରିକ ଝଡ଼କୁ ନେଇ ଜାପାନରେ ହାଇଆଲର୍ଟ, ଆସନ୍ତାକାଲି ଲ୍ୟାଣ୍ଡଫଲ କରିବ ସୁପର ଟାଇଫୁନ ନାନ୍‌ମାଡୋଲ

ଜାପାନ: ଅତି ଭୟଙ୍କର ସାମୁଦ୍ରିକ ଝଡ଼କୁ ନେଇ ଜାପାନରେ ହାଇଆଲର୍ଟ । ଆସନ୍ତାକାଲି ଲ୍ୟାଣ୍ଡଫଲ କରିବ ସୁପର ଟାଇଫୁନ ନାନ୍‌ମାଡୋଲ । ଦେଶର ଦକ୍ଷିଣାଞ୍ଚଳରେ ଥିବା କ୍ୟୁସୁ ଆଇଲ୍ୟାଣ୍ଡକୁ ହିଟ୍‌ କରିପାରେ । ୨୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତୁରନ୍ତ ଘର ଛାଡି ନିରାପଦ ସ୍ଥାନକୁ ଚାଲିଯିବା ଲାଗି ଦିଆଯାଇଛି ନିର୍ଦ୍ଦେଶ । ଜାପାନ ଏୟାରଲାଇନ୍ସ ଓ ଅଲ ନିପନ ଏୟାରେଓ୍ଵଜର ୩୩୫ ବିମାନର ଉଡାଣ ବାତିଲ କରାଯାଇଛି ।

ଘଣ୍ଟାପ୍ରତି ୨୭୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ମିଆମୀ ଦାଇତୋ ଦ୍ଵୀପପୁଞ୍ଜ ନିକଟରେ ଏହା ବର୍ତ୍ତମାନ ଗତିଶୀଳ ରହିଛି । କ୍ୟୁସୁ ଆଇଲ୍ୟାଣ୍ଡ ଓ ଦକ୍ଷିଣ କାଗୋସିମାରେ ଏହା ହିଟ୍‌ କରି ଜାପାନ ଅଭିମୁଖେ ଗତି କରିବ । ସାମୁଦ୍ରିକ ଝଡ଼ ପ୍ରଭାବରେ ଭୟଙ୍କର ଜୁଆର ଉଠିବା ସହ ପ୍ରବଳ ବର୍ଷା ଓ ପବନ ହେବ ବୋଲି କହିଛି ଜାପାନ ମେଟେରୋଲୋଜିକାଲ ଏଜେନ୍ସି । ଏହା ଏକ ଅତି ଭୟଙ୍କର ଝଡ଼ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି ।

ତୋଫାନରେ ଅନେକ ଘର ଧସିପଡ଼ିବାର ସମ୍ଭାବନା ରହିଥିବାବେଳେ ବନ୍ୟା ଓ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ଜାପାନରେ ପ୍ରତିବର୍ଷ ୨୦ଟି ଘୁର୍ଣ୍ଣିଝଡ ହୋଇଥାଏ । ଏହା ୨୦୨୨ ମସିହାର ଶକ୍ତିଶାଳୀ ଟାଇଫୁନ ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ ନିକଲସ୍‌ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.