ତିହାର ଜେଲରେ ଆମରଣ ଅନଶନରେ ବସିଥିବା ଆତଙ୍କୀ ନେତା ୟାସିନ୍‌ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରେ ନ ଖାଇ ନ ପିଇ ଆମରଣ ଅନଶନ କରୁଥିବା କାଶ୍ମୀରର ଅଲଗାବବାଦୀ ନେତା ୟାସିନ୍‌ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି। ଅସୁସ୍ଥ ହେବା ପରେ ତାଙ୍କୁ ଆର୍‌ଏମ୍‌ଏଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, ବୁଧବାର ୟାସିନ୍‌ ମଲିକଙ୍କ ରକ୍ତଚାପ ଅନିୟନ୍ତ୍ରିତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଲିକ ହସ୍ପିଟାଲର ଡାକ୍ତରଙ୍କୁ ଚିଠି ଲେଖି କହିଛନ୍ତି ଯେ ସେ ଚିକିତ୍ସା କରାଇବାକୁ ଚାହୁଁ ନାହାନ୍ତି। ସେ ଏମିତି ହିଁ ରହିବାକୁ ଚାହୁଁଛନ୍ତି।

ଶୁକ୍ରବାରଠାରୁ କରୁଛନ୍ତି ହରତାଳ:

ପ୍ରତିବନ୍ଧିତ ଜମ୍ମୁ କାଶ୍ମୀର ଲିବରେସନ୍‌ ଫ୍ରଣ୍ଟ (ଜେକେଏଲ୍‌ଏଫ୍‌)ର ମୁଖ୍ୟ ୟାସିନ୍‌ ମଲିକ ଶୁକ୍ରବାର ସକାଳୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ ଆରମ୍ଭ କରିଥିଲେ। ସେ ଏହି ସମୟରେ କିଛି ଖାଇନଥିଲେ କି ପାଣି ବି ପିଇନଥିଲେ। କେନ୍ଦ୍ର ରୁବୈୟା ସଇଦଙ୍କ ଅପହରଣ ମାମଲାର ଶୁଣାଣିରେ ଜମ୍ମୁର ଏକ କୋର୍ଟରେ ତାଙ୍କୁ ହାଜର ହେବାକୁ ଅନୁମତି ଦେଇନଥିଲା। ଏହାକୁ ବିରୋଧ କରି ସେ ଅନଶନରେ ବସିଥିଲେ। ଏହି ମାମଲାରେ ୟାସିନ୍‌ ମଲିକ ଜଣେ ଅଭିଯୁକ୍ତ ଥିଲେ। କିନ୍ତୁ ତାଙ୍କୁ ତାଙ୍କ ପକ୍ଷ ରଖିବାକୁ ଦିଆଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ୟାସିନ୍‌।

Also Read: ମମି! ମୁଁ ଏ ଦୁନିଆରେ କାହିଁକି ଅଛି? ମୁଁ ଏଠୁ ପଳେଇବି, ପଢ଼ିବା ବେଳେ ମା’ଙ୍କୁ ଏମିତି କହିଲା କୁନି ପୁଅ; ଭିଡିଓ ଦେଖିଲେ ହସ ରୋକିପାରିବେନି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.