ବୁଲା କୁକୁରଙ୍କୁ ହତ୍ୟା କରିବାକୁ ଅନୁମତି ମାଗିଲେ ସରକାର, ସୁପ୍ରିମ୍‌କୋର୍ଟରେ ଦାଖଲ କଲେ ପିଟିସନ୍‌

ବୁଲା କୁକୁରଙ୍କୁ ହତ୍ୟା କରିବାକୁ ସୁପ୍ରିମ୍‌କୋର୍ଟଙ୍କ ଅନୁମତି ମାଗିଲେ ସରକାର। କେରଳ ସରକାର ସୁପ୍ରିମ୍‌କୋର୍ଟରେ ବୁଲା କୁକୁର ଓ ହିଂସ୍ର ଜନ୍ତୁକୁ ମାରିବାକୁ ଅନୁମତି ମାଗିଛନ୍ତି। ଗତ କିଛି ଦିନ ହେଲାଣି ବୁଲା କୁକୁରଙ୍କ ଆତଙ୍କ ଖବର ଚର୍ଚ୍ଚାରେ ରହିଛି। ଚଳିତ ବର୍ଷ କେବଳ କେରଳରେ ହିଁ ୧.୨ ଲକ୍ଷ ଲୋକଙ୍କୁ ବୁଲା କୁକୁର କାମୁଡ଼ି ଗୁରୁତର କରିଛନ୍ତି। ସ୍ଥାନୀୟ ମନ୍ତ୍ରୀ ଏମ୍‌ବି ରାଜେଶ କହିଛନ୍ତି, ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୨୦ ଯାଏଁ କୁକୁରଙ୍କ ଟିକାକରଣ ଅଭିଯାନ ଆୟୋଜିତ ହେବ।

କେରଳ ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ପିଟିସନ୍‌ରେ କୁହାଯାଇଛି, ଗତ ୫ ବର୍ଷ ମଧ୍ୟରେ ୮ ଲକ୍ଷ ଲୋକଙ୍କୁ ବୁଲା କୁକୁର ନିଜ ଶିକାର ବନାଇଛି। କେରଳ ସରକାର ର‍୍ୟାବିଜ୍‌ ଭଳି ଭୟଙ୍କର ରୋଗରେ ସଂକ୍ରମିତ କୁକୁରଙ୍କୁ ମଧ୍ୟ ଜୀବନରୁ ମାରିବାକୁ ସୁପ୍ରିମ୍‌କୋର୍ଟଙ୍କ ଠାରୁ ଅନୁମତି ମାଗିଛନ୍ତି।

ମନ୍ତ୍ରୀଙ୍କ କହିବାନୁସାରେ, କୁକୁରଙ୍କୁ ଟିକାକରଣ ଅଭିଯାନ କେରଳରେ ପଶୁ ଚିକିତ୍ସା ବିଶ୍ୱବିଦ୍ୟାଳୟ ସହଯୋଗରେ କରାଯାଉଛି। ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସ୍ୱୟଂସେବିକା ଓ କୁଡୁମ୍ବଶ୍ରୀ କାର୍ଯ୍ୟକର୍ତ୍ତାଙ୍କୁ ଏଥି ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ।

ସରକାର ଟିକାକରଣ ପାଇଁ ସ୍ୱତନ୍ତ୍ର ଗାଡ଼ି ବି ଭଡ଼ାରେ ନେଉଛନ୍ତି। ଏଥିପାଇଁ ବ୍ଲକ୍‌, ପଞ୍ଚାୟତ, ନଗର ନିଗମ ଓ ପଞ୍ଚାୟତଙ୍କୁ ଅର୍ଥ ପୈଠ କରାଯାଇଛି। ଏହି ଯୋଜନାରେ କୁକୁରଙ୍କୁ ଖାଦ୍ୟ ସହ ମେଡିସିନ୍‌ ମଧ୍ୟ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ତେବେ କେରଳ ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ୍‌ ଖାନ୍ନା କହିଛନ୍ତି, ଆମ ଭିତରୁ ଅଧିକାଂଶ ଲୋକ କୁକୁରକୁ ଭଲ ପାଆନ୍ତି। ମୁଁ ନିଜେ ମଧ୍ୟ କୁକୁରକୁ ଖାଦ୍ୟ ଖୁଆଏ ଓ ବୁଲାଇବାକୁ ନିଏ। ଆମ ମଧ୍ୟରୁ କିଛି ଲୋକ ରାଗୀ ସ୍ୱଭାବର। ଏଭଳି ସ୍ଥିତିରେ ବୁଦ୍ଧି ବିଚାରି ନିଷ୍ପତ୍ତି ନେବାକୁ ପଡ଼ିବ। କୁକୁରଙ୍କୁ ନିଜଠାରୁ ଦୂରରେ ରଖି ମଧ୍ୟ ରୋଗରୁ ମୁକ୍ତି ପାଇ ହେବ ବୋଲି କହିଛନ୍ତି କୋର୍ଟ।

Also Read: ଚର୍ଚ୍ଚାରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ଫଟୋ, ଶାହାରୁଖ କହିଲେ- ମୋ ପୁଅ ମତେ ବି ବଳିଗଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.