ସାବଧାନ ! ଡେଙ୍ଗୁ ଜରରେ ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା, ହୋଇପାରେ ଘାତକ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଡେଙ୍ଗୁ ଜର ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଅଧିକାଂଶ ସ୍ଥାନରେ ଡେଙ୍ଗୁ ଜର ସଂକ୍ରମଣ ଦେଖିବାକୁ ମିଳୁଛି । ତେବେ ଏହି ଜରକୁ କେବେ ଅଣଦେଖା କରନ୍ତୁ ନାହିଁ । ଏପରି କହିଛନ୍ତି ସ୍ୱାସ୍ଥ୍ୟବିତ୍‌ । ଯଦି ଆପଣଙ୍କ ଠାରେ ଏପରି ଲକ୍ଷଣ ଦେଖିବାକୁ ମିଳୁଛି ତେବେ ହୋଇ ଯାଆନ୍ତୁ ସାବଧାନ । ଆଦୌ କରନ୍ତୁନି ଅବହେଳା । କାରଣ ଏହା ହୋଇପାରେ ଘାତକ ।

ଅନ୍ୟ ବର୍ଷ ତୁଳନାରେ ଡେଙ୍ଗୁ ଜର ସଂକ୍ରମଣ ଚଳିତ ବର୍ଷ ମାତ୍ରାଧିକ ବୃଦ୍ଧି ପାଇଛି । ଡେଙ୍ଗୁ ମଶା କାମୁଡ଼ିବା ଦ୍ୱାରା ଏହି ଜର ହୋଇଥାଏ । ଓ୍ଵାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ୍‌ (ହୁ) ଅନୁଯାୟୀ ପ୍ରାରମ୍ଭିକ ଲକ୍ଷଣ ସମୟରେ ଏହାର ଚିକିତ୍ସା କରାଗଲେ ଏହି ରୋଗରୁ ମୁକ୍ତି ମିଳିପାରିବ । କିନ୍ତୁ ଏହାକୁ ଅଣଦେଖା କଲେ ଜୀବନ ଜିବାର ଭୟ ମଧ୍ୟ ରହିଛି ।

dengu.
p.c : theasianparent

ଘାତକ ଡେଙ୍ଗୁ ଲକ୍ଷଣ : ପ୍ରାରମ୍ଭିକ ଲକ୍ଷଣରେ ପ୍ରବଳ ଜ୍ୱର, ମୁଣ୍ଡ ବିନ୍ଧା, ଆଖି ଦରଜ ବା ଯନ୍ତ୍ରଣା, ମାଂସପେଶୀ ଓ ଜଏଣ୍ଟ ସ୍ଥାନରେ ପ୍ରବଳ ଦରଜ, ଦୁର୍ବଳତା, ବାନ୍ତି ଓ ଚର୍ମରେ ଲାଲ ଚିହ୍ନ ଆଦି ଦେଖାଯାଇଥାଏ । ସାଧାରଣତଃ ୩ ରୁ ୭ ଦିନ ମଧ୍ୟରେ ରୋଗୀ ଠାରେ ଗମ୍ଭୀର ଡେଙ୍ଗୁ ଲକ୍ଷଣ ଦେଖାଯାଇଥାଏ ।

ଯେପରିକି ପେଟ ଦରଜ, ଜୋରରେ ଶ୍ୱାସ ନେବା, ବାନ୍ତି ଲାଗି ରହିବା, ବାନ୍ତିରେ ରକ୍ତ ପଡ଼ିବା, ପେଟଲେଟ କାଉଣ୍ଟ ଦ୍ରୁତ ବେଗରେ କମିବା, ଅଣନିଶ୍ୱାସୀ ଲାଗିବା ଆଦି ଜଣାପଡେ । ଏପରି ସ୍ଥିତିରେ ରୋଗୀକୁ ତୁରନ୍ତ ମେଡିକାଲରେ ଆଡମିଶନ କରିବା ଦରକାର ।

ଗମ୍ଭୀର ଡେଙ୍ଗୁର ଚିକିତ୍ସା : ଗମ୍ଭୀର ଡେଙ୍ଗୁର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ତେବେ ରୋଗୀକୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିପାରେ । ଦରକାର ପଡ଼ିଲେ ଅକ୍ସିଜେନ ସପୋର୍ଟରେ ବ୍ଲଡ ବା ପାଟେଲେଟ ଟ୍ରାନ୍ସଫ୍ୟୁଜନ ର ଆବଶ୍ୟକତା ପଡ଼ିପାରେ । ଜୀବନ ପ୍ରତି ବିପଦ ଥିବାରୁ ତୁରନ୍ତ ହସପିଟାଲର ଆବଶ୍ୟକତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.