ଭାରତରେ ପ୍ରଥମ, ଏଠି ମା’ଙ୍କ ପୂଜା ଦାୟିତ୍ୱ ତୁଲାନ୍ତି ମହିଳା ପୁରୋହିତ

କୋଲକାତା(କେ ନ୍ୟୁଜ): କଲିକତା ଦୁର୍ଗାପୂଜା କେବଳ ଦେଶ ନୁହେଁ ଦେଶ ବାହାରେ ବି ପ୍ରସିଦ୍ଧି ଲାଭ କରିଛି । ବିଶେଷ କରି ଦକ୍ଷିଣ କଲକାତାର ୬୬ ପଲ୍ଲୀ ଦୁର୍ଗା ପୂଜାକୁ ନେଇ ଚର୍ଚ୍ଚା ବେଶ ଜୋର ଧରେ । ଆଉ ଏହି ସମୟରେ ଲୋକଙ୍କ ଗହଳି ବି ବେଶ ଜମେ । ଯେମିତି କଲିକତା ବାସୀ ଯେମିତି ଚାହିଁ ରହିଥାନ୍ତି ଏହି ପୂଜାକୁ । ପୂଜା ଆରମ୍ଭ ହେବା ମାତ୍ରେ ଯେମିତି ଗୋଟେ ଭିନ୍ନ ଉର୍ଜା ପଶିଯାଏ ଭକ୍ତଙ୍କ ମନରେ । ଏହାର ଆଉ ବି ଏକ ବିଶେଷତ୍ୱ ରହିଛି । ଭରତର ଏହା ହେଉଛି ପ୍ରଥମ ଦୁର୍ଗାପୂଜା ମଣ୍ଡପ ଯେଉଁଠି ମହିଳା ପୁରୋହିତ ମାନେ ଦୁର୍ଗା ପୂଜା କରି ଆସୁଛନ୍ତି । କାହିଁ କେଉଁ କାଳରୁ ଏହି ପ୍ରଥା ଚାଲିଆସୁଛି | ଏଠି ମା’ ଙ୍କ ପୂଜା କରନ୍ତି ମହିଳା ମାନେ । ସବୁ ବର୍ଷ ପରି ଚଳିତ ଥର ବି କରୋନା କଟକଣା ମଧ୍ୟରେ ହେଉ ପଛକେ ମା’ ଙ୍କ ପୂଜା କରାହେଉଛି । ମଣ୍ଡପଟିରେ ଗ୍ରାମୀଣ ଦୃଶ୍ୟକୁ ପ୍ରଦର୍ଶନ କରାଯାଇଛି ।

ସାଧାରଣ ଗାଁ ଚାଲିଚଳନକୁ ନେଇ ସଜ୍ଜା ଯାଇଛି ମଣ୍ଡପ । ଏଠି ମହିଳା ମାନଙ୍କୁ ପୂଜା ଦାୟିତ୍ୱ ଦେବାର ବି ଏକ ବିଶେଷ କାରଣ ରହିଛି । ଜଣେ ବୈଜଜଷ୍ଠ ବ୍ୟକ୍ତିଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସମୟରେ ଯେତେବେଳେ ପ୍ରତିଟି କାର୍ଯ୍ୟରେ ନିଜର ପାରଦର୍ଶିତା ଦେଖେଇ ପାରିଛନ୍ତି ତେବେ ପୂଜା କାହିଁକି କରି ପାରିବେନି । ଏନେଇ ତାଙ୍କୁ ବାରଣ କରାଯିବ କାହିଁକି । ଏହି ଚିନ୍ତାଧାରାକୁ ହିଁ ଦୁର୍ଗା ପୂଜାମଣ୍ଡପରେ ବାସ୍ତବ ରୂପ ଦିଆଯାଇଛି । ମହିଳା ମାନଙ୍କୁ ବି ଏଠି ପୂଜା କରିବାର ଅଧିକାର ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.