୨୪ ଘଣ୍ଟିଆ ବ୍ୟାନ୍‌ ବିରୋଧରେ ମମତା ବାନାର୍ଜୀଙ୍କ ଧାରଣା ଜାରି, ଏକୁଟିଆ ବସି ପେଟିଂ ବନାଉଥିବାର ଆସିଲେ ନଜର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀଙ୍କ ନିର୍ବାଚନ ପ୍ରଚାର ଉପରେ ଲାଗିଥିବା ୨୪ ଘଣ୍ଟିଆ ବ୍ୟାନ୍‌ ବିରୋଧରେ ଧାରଣା ଜାରି ରହିଛି। ମମତା ପୂର୍ବାହ୍ନ ୧୧ଟା ୪୦ ମିନିଟ୍‌ରେ ମାୟୋ ସଡକରେ ପହଞ୍ଚିଥିଲେ ଏବଂ ପରିସରସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବସି ଧାରଣା ଦେବା ଆରମ୍ଭ କରିଥିଲେ। ଏହି ସମୟରେ ମମତା ପେଟିଂ ବନାଉଥିବାର ନଜର ଆସିଥିଲେ।

ଆଜି ରାତି ୮ଟାରେ ବ୍ୟାନ୍‌ ସମୟ ଶେଷ ହେବା ପରେ ମମତା ବାରାସାତ ଓ ବିଧାନନଗରରେ ଦୁଇଟି ର‍୍ୟାଲିକୁ ସମ୍ବୋଧିତ କରିବେ। ତେବେ ଧାରଣାସ୍ଥଳରେ ତୃଣମୂଳର କୌଣସି ନେତା କି ସମର୍ଥକଙ୍କୁ ଏ ପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ। ଏ ନେଇ ପ୍ରଶ୍ନ ଉଠିବାରୁ ଦଳର ଜଣେ ବରିଷ୍ଠ ନେତା କହିଥିଲେ ଯେ ‘ପ୍ରଦର୍ଶନ ସ୍ଥଳକୁ କୌଣସି ପାର୍ଟି ନେତାଙ୍କୁ ଯିବା ପାଇଁ ଅନୁମତି ନାହିଁ। ମମତା ବାନାର୍ଜୀ ସେଠାରେ ଏକୁଟିଆ ବସିଛନ୍ତି’।

ନିର୍ବାଚନ ଆୟୋଗ ମମତା ବାନାର୍ଜୀଙ୍କ କେନ୍ଦ୍ରୀୟ ବଳ ବିରୋଧୀ ମନ୍ତବ୍ୟ ଏବଂ ଧାର୍ମିକ ପ୍ରବୃତ୍ତି ସମ୍ପର୍କିତ ଏକ ବୟାନ ପାଇଁ ତାଙ୍କ ନିର୍ବାଚନ ପ୍ରଚାର ଉପରେ ୨୪ ଘଣ୍ଟିଆ ରୋକ୍‌ ଲଗାଇ ଦେଇଛି। ଏହି ନିଷ୍ପତ୍ତିକୁ ନିନ୍ଦା କରି ମମତା କହିଥିଲେ କି, ସେ ଆୟୋଗର ଅଣସାମ୍ବିଧାନିକ ଏବଂ ଅଲୋକତାନ୍ତ୍ରିକ ନିଷ୍ପତ୍ତି ବିରୋଧରେ ମଙ୍ଗଳବାର ଧାରଣାରେ ବସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.