ଖୁସି ଖବର: ଗର୍ଭବତୀ ହେଲା ଚିତା ବାଘ “ଆଶା”, ୭୦ ବର୍ଷ ପରେ ଭାରତ ଭୂମିରେ ଜନ୍ମ ନେବ ଚିତା ଛୁଆ

ନୂଆଦିଲ୍ଲୀ : ନୂଆ ଆଶା ଦେଲା ‘ଆଶା’ । ଦୁଇ ସପ୍ତାହ ତଳେ ନାମିବ୍ୟାରୁ ଭାରତକୁ ଆସିଛନ୍ତି ୮ ଚିତା । ସେମାନଙ୍କ ମଧ୍ୟରେ ‘ଆଶା’ ଦେଇଛି ଖୁସି ଖବର । ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଚିତା ‘ଆଶା’ ଏବେ ଗର୍ଭବତୀ । ୭୦ ବର୍ଷ ପରେ ଭାରତ ଭୂମିରେ ଚିତା ଜନ୍ମ ଦେବାକୁ ଯାଉଛି । ଚିତା ‘ଆଶା’ର ବୟସ ସାଢେ ୩ ବର୍ଷ ହେବ । ଚିତାର ଗର୍ଭବତୀ ଖବର ଭାରତରେ ଚିତାଙ୍କ ବଂଶ ବୃଦ୍ଧି ନେଇ ନୂଆ ଆଶା ସୃଷ୍ଟି ହୋଇଛି ।

‘ଆଶା’ ଭିତରେ ମା’ ହେଉଥିବାର ସମସ୍ତ ଲକ୍ଷଣ ଦେଖାଯାଇଛି। ତେଣୁ ପ୍ରକଳ୍ପର ଦେଖାରଖା କରୁଥିବା ସିସିଏଫ୍ କାର୍ଯ୍ୟକାରୀ ନିର୍ଦ୍ଦେଶକ Laurie Marker କହିଛନ୍ତି, ଆଶା ଯଦି ଗର୍ଭବତୀ ଅଛି, ତେବେ ସେ ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛି। ତେଣୁ କେହି ଯେପରି ତାର ଶାନ୍ତି ଭଙ୍ଗ ନ କରିବ ସେଥିବାନିମନ୍ତ ଧ୍ୟାନ ଦିଆଯିବ। ତାର ବ୍ୟବହାର, ଶାରୀରିକ ଏବଂ ହରମୋନାଲ୍ ପରବର୍ତ୍ତନରେ ଗର୍ଭଧାରଣ ନେଇ ସ୍ପଷ୍ଟ ହୋଇଛି। ଏଥିସହ ଖାଦ୍ୟପେୟର ବିଶେଷ ଦେଖାରଖା କରାଯିବ। ବ୍ୟବହାରିକ ଓ ଶାରୀରିକ ଲକ୍ଷଣରୁ ଆଶା ମା’ ହେବ ବୋଲି ଜଣାପଡ଼ୁଥିଲେ ହେଁ ଚଳିତ ମାସ ଶେଷ ସୁଦ୍ଧା ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ପ୍ରକଳ୍ପ ଅଧିକାରୀମାନେ ପ୍ରକାଶ କରିଛନ୍ତି।

ସୂଚନା ଥାଉକି, କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମ ଦିନରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଏହି ଚିତାମାନଙ୍କୁ ଛାଡ଼ିଥିଲେ। ଦୀର୍ଘ ୭୦ ବର୍ଷ ପରେ ଭାରତ ମାଟିରେ ଚିତା ପାଦ ରଖିଥିବାରୁ ମୋଦି ଏହାକୁ ଐତିହାସିକ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଥିଲେ। ନାମିବ୍ୟାରୁ ଏହି ଚିତାଗୁଡ଼ିକ ଅଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.