ଆଇଏଏସ୍‌ ଅଫିସର ଛୁଇଁଲେ କଂଗ୍ରେସ ମନ୍ତ୍ରୀଙ୍କ ପାଦ, ବିଜେପି କଲା କମେଣ୍ଟ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଜଣେ ଆଇଏଏସ୍‌ ଅଫିସର କଂଗ୍ରେସ ମନ୍ତ୍ରୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଆଇଏଏସ୍‌ ଅଫିସରଙ୍କ ଏଭଳି କାର୍ଯ୍ୟକୁ ନେଇ ଏବେ ବେଶ ଚର୍ଚ୍ଚା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କମଳନାଥ ସରକାରର ଜଣେ ମନ୍ତ୍ରୀ ସଜ୍ଜନ ସିଂ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସେଠାରେ ଥିବା ନଗର ନିଗମ ଆୟୁକ୍ତ ସଞ୍ଜନା ଜୈନ ତାଙ୍କ ପାଖକୁ ଆସି ପାଦ ଛୁଇଁ ପ୍ରଣାମ କରି ଆଶୀର୍ବାଦ ନେଇଥିଲେ। ଏହି ସୋସିଆଲ ମିଡିଆରେ ଭାଇରାଲ ହେବା ଯୋଗୁଁ ଅନେକ ଲୋକ ବିଭିନ୍ନ ପ୍ରକାର କମେଣ୍ଟ କରିଛନ୍ତି। ବିଜେପି ପକ୍ଷରୁ କମଳନାଥ ସରକାରଙ୍କୁ ତାତ୍ସଲ୍ୟ କରିଛି। ଏହି ଭିଡିଓ ଭାଇରାଲ ହେବା ଯୋଗୁଁ କଂଗ୍ରେସକୁ ଲୋକେ କମେଣ୍ଟ କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.