ହୁତୁହୁତୁ ଜଳୁଛି ୪୨ ମହଲା କୋଠା, ଖଣ୍ଡ ଖଣ୍ଡ ହୋଇ ଝଡୁଛି ନିଆଁ ଝୁଲ; ଦେଖନ୍ତୁ ଛାତିଥରା ଭିଡିଓ

ଶୁକ୍ରବାର ଚୀନର ଚାଙ୍ଗସା ସହରରେ ଏକ ନଭଶ୍ଚୁମ୍ବୀ କୋଠାରେ ଭୀଷଣ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ମିଳିପାରିନାହିଁ। ସୂଚନା ମୁତାବକ, ନିଆଁ ଲାଗିବା ପରେ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଅନେକ ତାଲା ସମ୍ପୂର୍ଣ୍ଣ ଜଳିଯାଇଛି। ନିଆଁ ଏତେ ଜୋରରେ ଲାଗିଛି ଯେ ତଳକୁ କୋଠାର ଅଂଶବିଶେଷ ଖସୁଥିବା ଦେଖିବାକୁ ମିଳିଛି।

ରିପୋର୍ଟ ଅନୁସାରେ, ଏହି ନିଆଁ ବିଲ୍ଡିଂର ଉପର ଅଂଶକୁ ସଂପୂର୍ଣ୍ଣ ଛାରଖାର କରିଦେଇଛି। ଏହି ବିଲ୍ଡିଂରେ ରାଜ୍ୟର ଅନ୍ୟତମ ବଡ଼ ଟେଲିକମ୍ କମ୍ପାନୀ ଚାଇନ ଟେଲିକମ୍ ଅଫିର ମଧ୍ୟ ଥିଲା। ସିସିଟିଭିର ଏକ ଫୁଟେଜ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ହୁତୁହୁତୁ ହୋଇ ବିଲ୍ଡିଂ ଜଳୁଥିବା ଦେଖାଯାଇଛି। ଏଥିସହ କଳା ଧୂଆଁ ପୂରା ଅଞ୍ଚଳରେ ବ୍ୟାପି ଯାଇଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଖବର ପାଇ ସ୍ଥାନୀୟ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ୪୨ ତାଲାର ଏହି ବିଲ୍ଡିଂର ବାହାର କାନ୍ଥରେ ନିଆଁ ଲାଗିଯାଇଥିଲା। ଆଗ୍ନିକମାନେ ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ପ୍ରକାଶ ଯେ ନିଆଁ ଲାଗିଥିବା ବିଲ୍ଡିଂ ଥିବା ସହରର ଜନସଂଖ୍ୟା ପାଖାପାଖି କୋଟିଏ ହେବ।

ସୂଚନା ମୁତାବକ, ନିଆଁକୁ ଆୟତ୍ତ କରିବା ପାଇଁ ୩୬ ଦମକଳ ଟ୍ରକ ଓ ୨୮୦ ଦମକଳ କର୍ମୀ ଘଟଣାସ୍ଥଳରେ ନିୟୋଜିତ ହୋଇଥିଲେ।

Also Read: ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର: ତଳେ ବସି ରକ୍ତ ନେଉଛି ରୋଗିଣା ଝିଅ ଆଉ ପାଖରେ ଠିଆ ହୋଇ ବ୍ଲଡ୍‌ ପ୍ୟାକେଟ୍‌ ଧରିଛନ୍ତି ମା’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.