ଛିଃ ଏତେ ନୃଶଂସ! କୁକୁର ଭୁକିଲା ବୋଲି ଆଖିବୁଜା ଫାୟାରିଂ କରି ନେଇଗଲେ ଜୀବନ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି କୁକୁରକୁ ଗୁଳି କରି ହତ୍ୟା କରିଛନ୍ତି। କୁକୁରକୁ ମାରିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବ୍ୟକ୍ତି ଜଣକ କୁକୁରକୁ ହତ୍ୟା କରିବାର କାରଣ ହେଉଛି କୁକୁରଟି ତାଙ୍କୁ ଦେଖି ଭୁକିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବ୍ୟକ୍ତି ଜଣକ କୁକୁରକୁ ହତ୍ୟା କରିଛନ୍ତି। ଡୋଡ୍ଡାବଲ୍ଲାପୁରାର ମେଡାଗୋଣ୍ଡରନହଲ୍ଲୀଠାରେ ଦେଖିବାକୁ ମିଳିଛି ଏଭଳି ଛାତିଥରା ଘଟଣା। ଏଠାକାର ୪୫ ବର୍ଷୀୟ କୃଷ୍ଣପ୍ପା ନିଜ ଏୟାର ଗନ୍‌ରେ କୁକୁରକୁ ହତ୍ୟା କରିଛନ୍ତି। ଶନିବାର ସନ୍ଧ୍ୟାରେ ସେ ଏହି ଘଟଣା ଭିଆଇଛନ୍ତି।

ପୋଲିସ ସୂଚନା ମୁତାବକ, କୁକୁର ଭୁକିବାରୁ ବିରକ୍ତ ହୋଇ କୃଷ୍ଣପ୍ପା ଏକାଧିକ ରାଉଣ୍ଡ ଗୁଳି ଚାଳନା କରିଥିଲେ। ପ୍ରଥମ ଫାୟାରିଂ ପରେ କୁକୁର ଘଟଣାସ୍ଥଳରୁ ଚାଲିଯାଇଥିଲା। କିନ୍ତୁ କୃଷ୍ଣପ୍ପା ତା’ ପିଛା କରି ଏକ ବିଲରେ ଅନ୍ଧାଧୂନ ଗୁଳିଚାଳନା କରିଥିଲେ। ଫଳରେ କୁକୁରର ମୃତ୍ୟୁ ଘଟିଥିଲା।

ସୂଚନା ମୁତାବକ, କୁକୁରକୁ ଗୁଳି କରି ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଏ ନେଇ ପୋଲିସରେ ଅଭିଯୋଗ କରିଥିଲା। ଏହା ପରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତ ବିରୁଦ୍ଧରେ ପଶୁ ହିଂସା ନିବାରଣ ଅଧିନିୟମ ଓ ଆଇପିସିର ଧାରା ୪୨୯ରେ ଏତଲା ଦିଆଯାଇଛି। ପୋଲିସ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ କାର୍‌ ଚାଳକ ଏକ କୁକୁର ବେକରେ ରଶି ବାନ୍ଧି ତାହାକୁ ଚଳନ୍ତା କାର୍‌ରେ ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦେଖାଯାଉଛି। ଭିଡିଓଟି ରାଜସ୍ଥାନ ଯୋଧପୁରର ବୋଲି କୁହାଯାଉଛି। ସୂଚନା ମୁତାବକ, କାର୍‌ ଚାଳକ ଜଣେ ଡାକ୍ତର। ସେ କୁକୁର ବେକରେ ରଶି ବାନ୍ଧି ତାହାକୁ ଚଳନ୍ତା କାର୍‌ରେ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ଭିଡିଓରେ ଅଭିଯୁକ୍ତ ଡାକ୍ତର ଲମ୍ବା ରଶି ସାହାଯ୍ୟରେ କୁକୁରକୁ ଗାଡ଼ିର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ବିପଜ୍ଜନକ ଭାବେ ବୁଲାଇ ବୁଲାଇ ନେଉଥିଲେ। କାର୍‌ଟି ଦ୍ରୁତ ଗତିରେ ଚାଲୁଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଏହି ଭିଡିଓକୁ କାର୍‌ ପଛରେ ଆସୁଥିବା ଜଣେ ବାଇକ୍‌ ଚାଳକ ଶୁଟ୍‌ କରିଥିଲେ। ଏଥି ସହିତ ବ୍ୟକ୍ତି ଜଣକ କାର୍‌କୁ ଅଟକାଇ କୁକୁରକୁ ଯଥାସମ୍ଭବ ସାହାଯ୍ୟ କରିଥିଲେ। ଅନ୍ୟପଟେ ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ କାର୍‌କୁ ଚାରିଆଡ଼ୁ ଘେରି ଯାଇଥିଲେ ଏବଂ କୁକୁର ବେକରୁ ରଶି ବାହାର କରିଥିଲେ। ଏତିକି ନୁହେଁ, ଏ ନେଇ ଲୋକମାନେ ତୁରନ୍ତ ଏନ୍‌ଜିଓକୁ ସୂଚନା ଦେଇଥିଲେ। ଏହାପରେ କୁକୁରକୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା।

ଏ ନେଇ ‘ଡଗ୍‌ ହୋମ୍‌ ଫାଉଣ୍ଡେସନ’ ନାମକ ଏନ୍‌ଜିଓ ଦ୍ୱାରା ଏକ ଟ୍ଵିଟ୍‌ ପୋଷ୍ଟ କରାଯାଇଛି। ଏହା ଅନୁସାରେ, ଡାକ୍ତରଙ୍କ ନାମ ରଜନୀଶ ଗଲଓ୍ଵା। ସେ ଘୋଷାଡ଼ି ଘୋଷାଡ଼ି ନେଉଥିବା କୁକୁରଟି ଏକ ବୁଲା କୁକୁର ଥିଲା। କୁକୁରଟି ତାଙ୍କ ଘର ପାଖରେ ରହୁଥିଲା ଏବଂ ସେ ତାହାକୁ କୌଣସି ମତେ ହଟାଇବାକୁ ଚେଷ୍ଟା କରୁଥିଲେ। ଏନ୍‌ଜିଓ ଟ୍ଵିଟ୍‌ କରି ଲେଖିଛି କି, ‘ଯେଉଁ ବ୍ୟକ୍ତି ଏମିତି କରିଛନ୍ତି, ସେ ହେଲେ ଡା. ରଜନୀଶ ଗଲଓ୍ଵା। କୁକୁର ଗୋଡ଼ରେ ମଲ୍ଟିପଲ ଫ୍ରାକ୍ଚର ହୋଇଛି।

Also Read: ରାଶିଫଳ ! ଆଜି କେମିତି କଟିବ ପୂରା ଦିନ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.