ମାସେ ଭିତରେ ଗୋଟିଏ ଝିଅକୁ ହିଁ ୪ ଥର ବିବାହ କରିଛନ୍ତି ଏହି ବ୍ୟକ୍ତି, କାରଣ ଜାଣିଲେ ହୋଇଯିବେ ହତବାକ୍‌

ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। କେତେକ ଲୋକ ଗୋଟିଏ ବିବାହରେ ବିଫଳ ହେଲେ ଅନ୍ୟ ବିବାହ କରିଥାନ୍ତି। କିନ୍ତୁ ଏମିତି ବି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଗୋଟିଏ ମାସ ଭିତରେ ଚାରି ଚାରି ଥର ବିବାହ କରିଛନ୍ତି। କେବଳ ଏତିକି ନୁହେଁ, ଏହି ବ୍ୟକ୍ତି ତିନି ତିନି ଥର ଛାଡ଼ପତ୍ର ବି ନେଇଛନ୍ତି। ତେବେ ଏହା ପଛର କାରଣ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ।

କାରଣ ତାଇବାନ୍‌ର ଜଣେ ବ୍ୟାଙ୍କ କର୍ମଚାରୀ ଏହି ସବୁ ବିବାହ କେବଳ ନିଜ ଅଫିସରୁ ଛୁଟି ନେବାକୁ କରିଛନ୍ତି। ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ବ୍ୟକ୍ତି ଜଣକ ପେଡ୍‌ ଲିଭ୍‌ ନେବା ପାଇଁ ଗୋଟିଏ ଝିଅ ସହ ମାସେ ଭିତରେ ଚାରି ଥର ବିବାହ କରିଛନ୍ତି।

ବ୍ୟକ୍ତି ଜଣକ ସର୍ବ ପ୍ରଥମେ ନିଜ ବିବାହ ପାଇଁ ଛୁଟି ନେଇଥିଲେ। ସେତେବେଳେ ତାଙ୍କୁ ୮ ଦିନ ପାଇଁ ପେଡ୍‌ଲିଭ୍‌ ମିଳିଥିଲା। ଏହା ପରେ ସେ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ ଓ ତା’ପର ଦିନ ପୁଣିଥରେ ବିବାହ କରିଥିଲେ। ତାଇବାନ୍‌ରେ ଚାରିଟି ବିବାହ କରିବା ବୈଧ। ଏଣୁ ଛୁଟି ପାଇବାକୁ ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କୁ ହିଁ ତିନିଥର ଛାଡ଼ପତ୍ର ଦେଇଥିଲେ ଓ ଚାରିଥର ତାଙ୍କୁ ହିଁ ବିବାହ କରିଥିଲେ।

ଏଭଳି ଭାବେ ବିବାହ ବାହାନା ଦେଖାଇ ଯୁବକ ୪୦ ଦିନ ଛୁଟି ନେଇସାରିଥିଲେ। ବ୍ୟାଙ୍କକୁ ଏନେଇ ଜଣାପଡ଼ିବା ପରେ ସେ ପେଡ୍‌ ଲିଭ୍‌ ଦେବାକୁ ମନା କରିଥିଲେ। ଏନେଇ ଯୁବକ କୋର୍ଟକୁ ଯାଇଥିଲେ। ପେଡ୍‌ ଲିଭ୍‌ ନଦେବାରୁ ତାଇବାନ୍‌ କୋର୍ଟ ଉକ୍ତ କମ୍ପାନୀକୁ ଜରିମାନା ଭରିବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କ ମଧ୍ୟ ଏଥିପାଇଁ ତର୍କ କରିଥିଲା। କିନ୍ତୁ ଯୁବକ ଜଣକ ସମସ୍ତ କାଗଜପତ୍ର ଦାଖଲ କରିଥିବାରୁ ବ୍ୟାଙ୍କକୁ ଯୁବକଙ୍କୁ ପେଡ୍‌ଲିଭ୍‌ ଦେବାକୁ କୁହାଯାଇଛି। ଏହି ଖବର ଏବେ ସେଠାକାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.