ଭାରତର ରାଷ୍ଟ୍ରଗାନ ଗାଇଥିବା ଆମେରିକୀୟ ଗାୟିକାଙ୍କୁ ମିଳିଲା ଭାରତକୁ ଆସିବାକୁ ନିମନ୍ତ୍ରଣ….

ମେରୀ ମିଲବେନ । ସୁନ୍ଦର କଣ୍ଠ ସହ ସୁନ୍ଦର ପର୍ସନାଲିଟି । ହୁଏତ ଏ ନାଁ ଆପଣଙ୍କ ମଧ୍ୟରୁ ଅନେକ ଜାଣିନଥିବେ । ଆଉ ଅନେକ ଥିବେ ସର୍ଚ୍ଚ ମଧ୍ୟ କରିସାରିବେଣି କି ଏ ବ୍ୟକ୍ତିତ୍ୱ ଜଣକ କିଏ । କହିରଖୁଛୁ ମେରି ମିଲବେନ ହେଉଛନ୍ତି ଜଣେ ସିଙ୍ଗର । ଯିଏକି ଅତି ସୁନ୍ଦର ଭାବରେ ଗାଇଛନ୍ତି ଭରତର ନ୍ୟାସନାଲ ଆନ୍ଥେମ । ଗୋଟେ ଅଲଗା ପ୍ରକାର ଏସ୍କେଣ୍ଟରେ ଭାରତର ରାଷ୍ଟ୍ରଗାନ ଓ ଭକ୍ତିଗୀତ ଗାଇଛନ୍ତି ମେରୀ ମିଲବେନ ।

ମେରି ମିଲବେନ ଭାରତର ଆଜାଦୀର ୭୫ବର୍ଷ ପୂରାଣୀରେ ଯୋଡା ସମାରୋହରେ ସାମିଲ ହେବା ପାଇଁ ଦିଲ୍ଲା ଆସିବାର ଅଛନ୍ତି । ଆଇସିସିଆର ଅର୍ଥାତ ଭାରତୀୟ ସାଂସ୍କୃତିକ ସଂମ୍ବନ୍ଧ ପରିଷଦ ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛି । ମିଲବେନ କହିଛନ୍ତି କି ୧୯୫୯ରେ ଭାରତ ଯାତ୍ରା କରିଥିବା ଡକ୍ଟର ମାର୍ଟିନ ଲୁଥର କିଙ୍ଗ ଜୁନିୟରଙ୍କ ପଥରେ ଚାଲିବା ପରି ମତେ ଭାରତର ୭୫ତମ ସ୍ୱତନ୍ତ୍ରତା ଦିବସ ସମାରୋହରେ ଏକ ସାଂସ୍କୃତିକ ରାଜଦୂତ ରୂପରେ ଆମେରିକାର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଛି । ଯାହା ମତେ ବହୁତ ଗର୍ବ ଅନୁଭବ କରାଉଛି ।

କହିରଖୁଛୁ ମେରୀ ମିଲବେନ ହେଉଛନ୍ତି ଜଣେ ଆଫ୍ରିକୀୟ ପ୍ରଦେଶର ଆମେରିକାନ ସିଙ୍ଗର । ବର୍ଷ ୨୦୨୦ରେ ଭାରତର ରାଷ୍ଟ୍ରଗାନ ଗାଇ ବହୁତ ଚର୍ଚ୍ଚାରେ ଆସିଥିଲେ । ସେ ନିଜ ମଧୁର ସ୍ୱରରେ ଓମ ଜୟ ଜଗଦିଶ ହରେ ଭଜନ ବି ଗାଇଛନ୍ତି । ତାଙ୍କର ଗାୟକୀକୁ ବହୁତ ପସନ୍ଦ କରାଯାଇଛି ।

ମିଲବେନ ପ୍ରଥମ ଏଭଳି ଅମେରିକୀ କଳାକାର ଯାହାଙ୍କୁ ଆଇସିସିଆରରେ ସ୍ୱତନ୍ତ୍ରତା ଦିବସ ସମାରୋହରେ ସାମିଲ ହେବାର ପତ୍ର ପଠାଯାଇଛି । ଏଥର ସେ ଅନେରିକାର ପ୍ରତିନିଧିତ୍ୱ କରୁଥିବା ଅଧିକାରୀକ ଅତିଥୀ ହେବେ । ମିଲବେନଙ୍କର କହିବା କଥା କି ସେ ବହୁତ ଖୁସି ଅଛନ୍ତି କି ସେ ଏଭଳି ଭାବେ ଭାରତର ଅନୁଭବ କରିବାକୁ ଆସୁଛନ୍ତି । ଦୁନିଆ ସାରା ଭାରତ ଓ ଭାରତୀୟ ସମୁଦାୟ ସହ ନିଜର ସମ୍ପର୍କୀୟଙ୍କ ସହ ପର୍ବ ମନାଇବାକୁ ନେଇ ସେ ବହୁତ ଖୁସିଥିବା ନିଜ ଅନୁଭବ ସେୟାର କରିଛନ୍ତି ।

ମିଲବେନଙ୍କର ଏହା ପ୍ରଥମ ଯାତ୍ରା ହେବ । ସେ ଦିଲ୍ଲୀ ଛଡା ଲକ୍ଷ୍ନୌ ମଧ୍ୟ ଯାଇପାରନ୍ତି ବୋଲି କହିଛନ୍ତି । ମିଲବେନ ନିଜର ଉତ୍ସାହ ଜାହିର କରି କହିଛନ୍ତି କି ଯେତେବେଳେ ମୁଁ ବାରତ ଯିବାକୁ ପ୍ରସ୍ତୁତ ହେଉଛି ସେତେବେଳେ ମୋ ଆତ୍ମା ଡକ୍ଟର ମାର୍ଟିନ ଲୁଥର କିଙ୍ଗ ଙ୍କ ଶବ୍ଦକୁ ଦୋହରାଉଛି । ଡକ୍ଟର କିଙ୍କ କହିଥିଲେ କି ଅନ୍ୟ ଦେଶରେ ଏକ ପର୍ଯ୍ୟଟକ ରୂପରେ ଯାଇପାରେ କିନ୍ତୁ ଭାରତରେ ଏକ ତୀର୍ଥଯାତ୍ରୀ ରୂପରେ ଆସେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.