ମେକ୍ସିକୋ: ମେକ୍ସିକୋରେ ଗୁଳିକାଣ୍ଡ; ୧୮ ମୃତ । ଆମେରିକାର ମେକ୍ସିକୋ ସିଟି ହଲ୍ରେ ଗୁଳିକାଣ୍ଡ । ମେୟରଙ୍କ ସମେତ ୧୮ ଲୋକଙ୍କ ମୃତ୍ୟୁ । ମେକ୍ସିକୋର ସିଟି ହଲ୍ରେ ଆଖିବୁଜା ଗୁଳିମାଡ଼ ।
କିଛି ବନ୍ଧୁକଧାରୀ ପଶ୍ଚିମ ମେକ୍ସିକୋର ସିଟି ହଲ ଓ ନିକଟସ୍ଥ ଏକ ଘର ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମେୟର ଓ ତାଙ୍କ ପିତା ଅଛନ୍ତି ।
ଆକ୍ରମଣ ପାଇଁ କେହି ସଂଗଠନ ନିଜକୁ ଦାୟୀ କରିନଥିବା ବେଳେ ସରକାରୀ ଭାବେ ମଧ୍ୟ କିଛି ପ୍ରକାଶ କରାଯାଇନାହିଁ। ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇସାରିଥିବା ବେଳେ ଅନ୍ୟ କିଛି ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ପୋଲିସ ମଧ୍ୟ ହାଇଆର୍ଲଟ ଜାରି କରିଛି ।