ପଶ୍ଚିମବଙ୍ଗରେ ବଡ ଧରଣର ଦୁର୍ଘଟଣା: ପିକ୍‌ଅପ୍‌ରେ ସର୍ଟସର୍କିଟ ଯୋଗୁଁ ୧୦ କାଉଡିଆଙ୍କ ମୃତ୍ୟୁ, ୧୬ ଆହତ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର କୁଚବିହାରରେ ରବିବାର ବିଳମ୍ବିତ ରାତିରେ ବଡ଼ଧରଣର ଦୁର୍ଘଟଣା ଘଟିଛି । ଏଠାରେ ଯାତ୍ରୀମାନଙ୍କୁ ନେଇ ଜଳପେଶ ଯାଉଥିବା ଏକ ପିକ୍‌ଅପ ଭ୍ୟାନ୍‌ରେ ସର୍ଟସର୍କିଟ ଯୋଗୁ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୬ ଜଣ ଲୋକ ଆହତ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପିକ୍‌ଅପ୍‌ର ଡ୍ରାଇଭର ଫେରାର ହୋଇଯାଇଛି । ଜଣାପଡିଛି ଯେ ଜଲପେଶରେ ଥିବା ଶିବ ମନ୍ଦିରକୁ ଏହି କାଉଡିଆ ମାନେ ଆସୁଥିଲେ ।

ପୋଲିସ କହିବା ଅନୁସାରେ ପିକ୍‌ଅପ୍ ଭ୍ୟାନରେ ଡିଜେ ସିଷ୍ଟମର ଜେନେରେଟରର ୱେରିଂ କାରଣରୁ ହୋଇପାରେ । ପୂରା ବାହନରେ କରେଣ୍ଟ ବ୍ୟାପିଥିଲା । ପିକ୍‌ଅପ୍‌ରେ ୨୭ ଜଣ ଲୋକ ଯାଉଥିଲେ । ଏଥିରୁ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୧୬ ଜଣଙ୍କୁ ଜଳପାଇଗୁଡ଼ିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପିକଅପ୍ ଡ୍ରାଇଭର ପଳାଇ ଯାଇଛନ୍ତି।

 

ଏହି ଘଟଣା ମେଖଲୀଗଂଜ ଥାନା ଅନ୍ତର୍ଗତ ଧରଲା ବ୍ରିଜ ଉପରେ ଘଟିଥିଲା। ଅତିରିକ୍ତ ପୋଲିସ ଅଧୀକ୍ଷକ ଅମିତ ଭର୍ମା କହିଛନ୍ତି ଯେ ରବିବାର ରାତି ପାଖାପାଖି ୧୨ଟା ହେବ ପିକଅପ ଭ୍ୟାନରେ ସର୍ଟସର୍କିତ ହେବା ନେଇ ସୂଚନା ମିଳିଥିଲା । ଏହି ପିକଅପ ଭ୍ୟାନରେ ଜେନେରେଟର ଥିଲା । ତେଣୁ ଏଥିରେ ଥିବା ତାର ଯୋଗୁଁ ଏଭଳି ଅବସ୍ଥା ହୋଇଥାଇ ପାରେ । ଆହତମାନଙ୍କୁ ଚାଙ୍ଗରବାନ୍ଧା ଡାକ୍ତରଖାନାକୁ ଅଣାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ଡାକ୍ତରମାନେ ୧୯ ଜଣଙ୍କୁ ଜାଲପାଇଗୁରି ଜିଲ୍ଲା ଡାକ୍ତରଖାନାକୁ ପଠାଇଥିଲେ। ୧୦ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ପୋଲିସ କହିଛି ଯେ ସମସ୍ତ ଯାତ୍ରୀ ସୀତାଲାକୁଚି ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା। ଏହି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି।

ଏଏସପି ଭର୍ମା କହିଛନ୍ତି ଯେ ଗାଡି ଜବତ କରାଯାଇଛି କିନ୍ତୁ ଡ୍ରାଇଭର ପଳାଇ ଯାଇଛନ୍ତି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.