ପଶ୍ଚିମବଙ୍ଗ: ଅଟୋକୁ ଧକ୍କା ଦେଲା ସରକାରୀ ବସ୍‌; ଘଟଣାସ୍ଥଳରେ ଚାଲିଗଲା ୮ ଯାତ୍ରୀଙ୍କ ଜୀବନ

ପଶ୍ଚିମବଙ୍ଗର ବୀରଭୂମିରେ ଏକ ସରକାରୀ ବସ୍‌ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି, ଯେଉଁଥିରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ମଙ୍ଗଳବାର ସନ୍ଧ୍ୟାରେ ବୀରଭୂମିର ମଲ୍ଲାପୁର ଅଞ୍ଚଳରେ ରାଜ୍ୟ ରାଜପଥରେ ହୋଇଛି।

ପୋଲିସ ସୂଚନା ମୁତାବକ, ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଅଟୋରେ ବସିଥିବା ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ମୃତଦେହଗୁଡ଼ିକୁ ପଞ୍ଚନାମା କରାଇ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ନେଇ ମୃତକମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି।

Leave A Reply

Your email address will not be published.