ଅଗଷ୍ଟ ୧୫ ପାଇଁ ଗାଇଡଲାଇନ, ପତାକା ଉତ୍ତଳନରେ ଭିଡ ନକରିବାକୁ ନିର୍ଦ୍ଦେଶ, ଡାକ୍ତର, ନର୍ସ ଓ ସଫେଇ କର୍ମଚାରୀଙ୍କୁ ଅତିଥି ନିମନ୍ତ୍ରଣ

କେନ୍ୟୁଜ୍(ବ୍ୟୁରୋ): ଚଳିତ ବର୍ଷ ନିରଡ଼ାମ୍ବର ଭାବେ ପାଳିତ ହେବ ସ୍ୱାଧୀନତା ଦିବସ। କରୋନା ସଂକ୍ରମଣକୁ  ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିବେ । ରାଜ୍ୟଗୁଡିକରେ ମୁଖ୍ୟମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବେ । କରୋନା ପାଇଁ ପତାକା ଉତ୍ତୋଳନ ସ୍ଥାନଗୁଡିକରେ କୌଣସି ପ୍ରକାର ଭିଡ଼ ହେବ ନାହିଁ । ଯେଉଁମାନେ ଉପସ୍ଥିତ ରହିବେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ । ସମସ୍ତେ ମାସ୍କ ପିନ୍ଧିବେ । ସ୍ୱାଧୀନତା ଦିବସରେ ଡାକ୍ତର, ନର୍ସ ଓ ସଫେଇ କର୍ମଚାରୀଙ୍କୁ ନିମନ୍ତ୍ରଣ କରିବାକୁ କୁହାଯାଇଛି । କରୋନାରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.