ବିଧାୟକଙ୍କ ଦାଦାଗିରି : ଟୋଲ୍ ଫି ମାଗିବାରୁ ଭାଙ୍ଗିଦେଲେ ଟୋଲ୍ ଗେଟ୍ ବ୍ୟାରିୟର୍

କେରଳ : ଦିନକୁଦିନ ବିଧାୟକଙ୍କ ଦାଦାଗିରି ବଢ଼ିବାରେ ଲାଗିଛି। କେରଳରେ ଜଣେ ବିଧାୟକ ଟୋଲ୍ ଗେଟ୍ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଏହି ଭଦ୍ର ବ୍ୟକ୍ତି ଜଣଙ୍କ ହେଉଛନ୍ତି କେରଳର ସ୍ୱାଧୀନ ବିଧାୟକ ପି. ସି. ଜର୍ଜ । ସେ ତ୍ରିଶୂରାରୁ କୋଚି ଫେରୁଥିବା ବେଳେ ପଲିଏକ୍କାରା ଟୋଲ୍ ପ୍ଲାଜାରେ ତାଙ୍କ ଗାଡ଼ିକୁ ଅଟକାଯାଇଥିଲା । ଟୋଲ୍ କର୍ମଚାରୀ ଫି ମାଗିବାରୁ ରାଗି ଯାଇଥିଲେ ବିଧାୟକ । କାର୍ ଭିତରୁ ବାହାରି ଟୋଲ୍ ଗେଟ୍ର ବ୍ୟାରିୟର୍‌କୁ ନିଜ ସମର୍ଥକଙ୍କ ସହ ଭାଙ୍ଗି ଦେଇଥିଲେ । ପି. ସି. ଜର୍ଜ କହିଛନ୍ତି, ଏମଏଲଏ ପାସ୍ ଥିଲେ ବି ତାଙ୍କୁ ଛଡ଼ାଯାଇ ନଥିଲା । ସେପଟେ ଟୋଲ୍ କର୍ମଚାରୀ କହିଛନ୍ତି, ବିଧାୟକଙ୍କ କାରକୁ ଛାଡ଼ିବାରେ ଟିକିଏ ବିଳମ୍ବ ହେବାରୁ ସେ ଉତ୍ପାତ ଆରମ୍ଭ କରି ଦେଇଥିଲେ । ବିଭିନ୍ନ ସମୟରେ ପି. ସି. ଜର୍ଜ ବିବାଦରେ ରହି ଆସିଛନ୍ତି । କେରଳରୁ ୭ ଥର ବିଧାୟକ ଅଛନ୍ତି ପି. ସି. ଜର୍ଜ। ତାଙ୍କର ଏଭଳି ଆଚରଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଥାନାରେ ଅଭିଯୋଗ ବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.