ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବିଦା କଲେ ମୋଦି ସରକାର, ଟ୍ୟାକ୍ସ ଅଧିକାରୀଙ୍କୁ ଦିଆଗଲା ଜବରଦସ୍ତି ଅବସର

ନୂଆଦିଲ୍ଲୀ: ଭ୍ରଷ୍ଟାଚାର ତଥା ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଆଉ କ୍ଷମା ଦିଆଯିବ ନାହିଁ। ସିଧା ସିଧା ବିଦା ହେବେ ଏଭଳି ଅଫିସର। ଏଭଳି ଲାଞ୍ଚ ନେଉଥିବା ଅଭିଯୋଗ ଥିବା ଅଫିସରଙ୍କ ଉପରେ ମୋଦି ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୋଦି ସରକାର ସିବିଆଇରେ ସୁପରିଟେଣ୍ଡେଣ୍ଟ ଏବଂ ଏଓ ସ୍ତରର ୨୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଜବରଦସ୍ତି ଚାକିରିରୁ ଅବସର ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତବର୍ଷ ଜୁନ୍‌ ମାସ ପରଠାରୁ ତୃତୀୟ ଥର ପାଇଁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାନୁଯାୟୀ, ସେଣ୍ଟ୍ରାଲ ବୋର୍ଡ ଅଫ ଇନ୍‌ଡାଇରେକ୍ଟ ଟ୍ୟାକ୍ସେଜ୍‌ ଏଣ୍‌ଡ କଷ୍ଟମସ(ସିବିଆଇସି) ଫଣ୍ଡାମେଣ୍ଟାଲ ରୁଲ ୫୬(ଜି) ଆଧାରରେ ଯେଉଁ ଅଧିକାରୀଙ୍କ ନାଁରେ ଦୁର୍ନୀତି କରୁଥିବା ଅଭିଯୋଗ ଆସିଛି ସେମାନଙ୍କୁ ଜବରଦସ୍ତି ଚାକିରିରୁ ଅବସର ଦିଆଯାଇଛି। ନାଗପୁର, ଭୋପାଳ, ଚେନ୍ନାଇ, ବେଙ୍ଗାଲୁରୁ, ଦିଲ୍ଲୀ, ଜୟପୁର, କୋଲକତା, ମିରଠ ଏବଂ ମୁମ୍ବାଇର ୨୨ ଜଣ ଅଧିକାରୀ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.