ଶୁକ୍ରବାର ମୋଦି-ପୁଟିନ୍‌ ସାକ୍ଷାତ: ଖାଦ୍ୟ ଓ ସାର ଯୋଗାଣ ପ୍ରସଙ୍ଗରେ ହେବ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ):ଶୁକ୍ରବାର ମୋଦି -ପୁଟିନ୍‌ ସାକ୍ଷାତ । ଉଜବେକିସ୍ତାନରେ ସାଂଘାଇ କୋପରେସନ୍‌ ଅର୍ଗାନାଇଜେସନ୍‌ ସମ୍ମିଳନୀ ଅବସରରେ ପରସ୍ପରକୁ ଭେଟିବେ ଦୁଇ ନେତା । ଆସନ୍ତାକାଲିଠୁ ଦୁଇ ଦିନ ଧରି ଉଜବେକିସ୍ତାନରେ ଏସ୍‌ସିଓ ସମ୍ମିଳନୀ ଅନୁଷ୍ଠିତ ହେଉଛି । ସମ୍ମିଳନୀରେ ଯୋଗ ଦେବାକୁ ଆଜି ଉଜବେକିସ୍ତାନ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁଟିନ୍‌ ମଧ୍ୟ ସମ୍ମିଳନୀକୁ ଆସୁଛନ୍ତି । ଦୁଇ ନେତା ଶୁକ୍ରବାର ଦ୍ୱିପାକ୍ଷିକ ଆଲୋଚନା କରିବେ । ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା ହେବ । ସାର ଓ ଖାଦ୍ୟ ଯୋଗାଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ । କ୍ରେମଲିନ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ୟୁକ୍ରେନ୍‌ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ମୋଦି-ପୁଟିନ୍‌ଙ୍କ ସାକ୍ଷାତ ହେବ । ଅନ୍ୟପଟେ ମୋଦି ଓ ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ନେଇ ବେଜିଂ ଏପର୍ଯ୍ୟନ୍ତ ନିରବ ରହିଛି । ଏସ୍‌ସିଓ ସମ୍ମିଳନୀରେ ଭାରତ, ଚୀନ୍‌, ରୁଷିଆ, ପାକିସ୍ତାନ ଯୋଗ ଦେଉଛନ୍ତି । ମଧ୍ୟଏସୀୟ ରାଷ୍ଟ୍ର ଭାବେ କାଜାଖସ୍ତାନ, କିରଗିଜସ୍ତାନ, ଉଜବେକିସ୍ତାନ ଓ ତାଜିକିସ୍ତାନ ଯୋଗ ଦେଉଛନ୍ତି । ଏସସିଓ ହେଉଛି ସବୁଠୁ ବଡ଼ ଆଞ୍ଚଳିକ ସଂଗଠନ । ୟୁରୋପ ଓ ଏସିଆର ପ୍ରାୟ ୬୦ ପ୍ରତିଶତ ଦେଶ ଏଥିରେ ଭାଗ ନେଉଛନ୍ତି । ଏସସିଓ ଅବସରରେ ପୁଟିନ୍‌ଙ୍କ ସମେତ ଆଉ କିଛି ରାଷ୍ଟ୍ରନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.