ବିଶ୍ୱରେ କାୟା ମେଲାଇ ଚାଲିଛି ମଙ୍କିପକ୍ସ, ଏହାକୁ ଅନ୍ତର୍ଜାତିକ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କଲା WHO

ନୂଆଦିଲ୍ଲୀ : ମଙ୍କିପକ୍ସ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସତର୍କଘଣ୍ଟି । ବିଶ୍ୱରେ ମଙ୍କିପକ୍ସ ବ୍ୟାପିବା ପରେ ଏହାକୁ ଅନ୍ତର୍ଜାତିକ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କରିଛି WHO । ଏହାକୁ ପବ୍ଲିକ ହେଲଥ ଏମରଜେନ୍ସି କନସନ ଘୋଷଣା କରିଛି WHO । ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ସହ ମଙ୍କିପକ୍ସକୁ ଅନ୍ତର୍ଜାତିକ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କରିଛି ।

ଏବେ ସୁଦ୍ଧା ବିଶ୍ୱର ୭୫ଟି ଦେଶକୁ ମଙ୍କିପକ୍ସ ବ୍ୟାପିଲାଣି । ଗତ କିଛି ସପ୍ତାହରେ ୧୨ ଦେଶରେ ୧୦ ହଜାର ମାମଲା ସାମ୍ନାକୁ ଆସିଛି । କେବଳ ଆଫ୍ରିକା ବାହାରେ ଚିହ୍ନଟ ହୋଇଛନ୍ତି ୧୬ ହଜାର ମଙ୍କିପକ୍ସ ମାମଲା । ଭାରତରେ ୪ଟି ମଙ୍କିପକ୍ସ ମାମଲା ବାହାରିଛି । ପୂର୍ବରୁ କରୋନାକୁ ବି WHO ଅନ୍ତର୍ଜାତିକ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କରିଥିଲା । ମଙ୍କିପକ୍ସ ସଂକ୍ରମଣ ଉପରେ ଅନୁଧ୍ୟାନ ଜାରି ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ଯାଇ ନଥିବା ବେଳେ ମଙ୍କିପକ୍ସ ସାରା ବିଶ୍ୱ ପାଇଁ ନୂଆ ଚ୍ୟାଲେଞ୍ଜ ଭାବରେ ଠିଆ ହେଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.