ସ୍ୱାମୀକୁ ଫସାଇବା ପାଇଁ ଝିଅକୁ ହତ୍ୟା କଲା ମା’, ନିଜ ନାଁରେ ଫ୍ଲାଟ୍‌ କରିବାକୁ ରଚିଥିଲା ସାଂଘାତିକ ଯୋଜନା

ସମ୍ପତ୍ତି ପାଇଁ ନିଜ ହାତରେ ହିଁ ନିଜ ଛୁଆକୁ ମାରି ଦେଲା ମା’। ସ୍ୱାମୀ ଠାରୁ ସମ୍ପତ୍ତି ପାଇବା ଆଶାରେ ଜଣେ ମା’ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି। ଛୁଆକୁ ମାରି ସେ ସବୁ ଦୋଷ ସ୍ୱାମୀ ମୁଣ୍ଡରେ ଲଦିବାକୁ ଯୋଜନା କରୁଥିଲା। କିନ୍ତୁ ପୋଲିସ ହାତରେ ଧରାପଡ଼ିଗଲା। ଧରାପଡ଼ିବା ପରେ ମହିଳା ଜଣକ ନିଜ ଦୋଷ ସ୍ୱୀକାର କରିଛନ୍ତି। ମହିଳା ଜଣକ ନିଜ ସନ୍ତାନକୁ ହତ୍ୟା କରିବା କାରଣ ମଧ୍ୟ କହିଛନ୍ତି, ଯାହା ଶୁଣି ପୋଲିସଙ୍କ ଗୋଡ଼ ତଳୁ ବି ମାଟି ଖସିଯାଇଥିଲା। ଏଭଳି ସାଂଘାତିକ ମାମଲା ସାମ୍ନାକୁ ଆସିଛି ନୋଏଡ଼ାରୁ।

ନୋଏଡ଼ା ଥାନା ଫେଜ୍‌-୨ ପୋଲିସ ଏକ ୬ ବର୍ଷର ଝିଅ ହତ୍ୟା ଘଟଣାର ଖୁଲାସା କରିବା ଅବସରରେ ତା’ ମା’କୁ ଗିରଫ କରିଛି। ମହିଳା ଜଣକ ସ୍ୱାମୀଙ୍କ ଫସାଇବା ପାଇଁ ଏହି ହତ୍ୟା କାଣ୍ଡ ରଚିଥିବା କୁହାଯାଇଛି। ପୋଲିସର କହିବାନୁସାରେ, ୧୨ ନଭେମ୍ବର ଦିନ ସେକ୍ଟର ୯୩ ପାଖରେ ପୋଲିସକୁ ଏକ ୬ ବର୍ଷର ଝିଅର ଶବ ମିଳିଥିଲା। ଉକ୍ତର ଝିଅର ନାଁ ନେହା ଶର୍ମା ବୋଲି ଜଣାପଡ଼ିଥିଲା। ସେ କହିଛନ୍ତି, ଏହି ମାମଲାର ତଦନ୍ତ କରୁଥିବା ପୋଲିସ ଶନିବାର ଦିନ ଛୁଆର ମା’ ଅନୁରାଧାକୁ ଗିରଫ କରିଛନ୍ତି।

ପୋଲିସ ଅଧିକାରୀ କହିଛନ୍ତି, ତଦନ୍ତ ବେଳେ ଜଣାପଡ଼ିଛି ଯେ ମହିଳାଙ୍କର ୫ ଟି ଝିଅ ଥିବା ବେଳେ କେହି ପୁଅ ନାହାନ୍ତି। ସେ ସ୍ୱାମୀଙ୍କୁ ଛାଡ଼ି ରାମକୁମାର ନାମକ ଆଉ ଜଣଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ପୋଲିସ ଅଫିସର କହିଛନ୍ତି, ସେ ସ୍ୱାମୀ ରାମକୁମାରଙ୍କ ସେକ୍ଟର-୯୩ ସ୍ଥିତ ଫ୍ଲାଟକୁ ନିଜ ନାଁରେ କରିବାକୁ ଦାବି କରୁଥିଲେ। କିନ୍ତୁ ରାମକୁମାର ଫ୍ଲାଟ୍‌କୁ ତାଙ୍କ ନାଁରେ କରିବାକୁ ଚାହୁଁନଥିଲେ।

ସେ କହିଛନ୍ତି, ପଚରାଉଚରା ବେଳେ ଜଣାପଡ଼ିଛି ଯେ ମହିଳା ନିଜ ଝିଅକୁ ହତ୍ୟା କରି ଦୋଷ ରାମକୁମାରଙ୍କ ମୁଣ୍ଡରେ ଲଦି ଦେବାକୁ ଯୋଜନା କରୁଥିଲେ। ଫଳରେ ସେ ଜେଲ୍‌ ଚାଲିଯିବେ ଓ ଫ୍ଲାଟ୍‌ ଅନୁରାଧାଙ୍କ ନାଁକୁ ଚାଲି ଆସିବ। କିନ୍ତୁ ତାଙ୍କର ଏହି ଇଚ୍ଛା ଫଳବତୀ ହୋଇ ପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.