ଚୀନକୁ ମୁଇଫା ବିପଦ, ଭୟଙ୍କର ରୂପ ନେଇ ଘଣ୍ଟାପ୍ରତି ୧୯୩ କିମି ବେଗରେ ଉପକୂଳ ମୁଁହା ହେଉଛି ସାମୁଦ୍ରିକ ଝଡ଼

ନୂଆଦିଲ୍ଲୀ : ଚୀନକୁ ମୁଇଫା ବିପଦ। ପୂର୍ବ ଚୀନ ସାଗରରେ ଭୟଙ୍କର ରୂପ ନେଇ ସାଂଘାଇ ଆଡକୁ ଘଣ୍ଟାପ୍ରତି ୧୯୩ କିମି ବେଗରେ ମାଡ଼ି ଆସୁଛି ଶକ୍ତିଶାଳୀ ଟାଇଫୁନ ମୁଇଫା। ଏହାର ପ୍ରଭାବରେ ସାଂଘାଇ, ନିଙ୍ଗବୋରେ ପ୍ରବଳ ବର୍ଷା ଆରମ୍ଭ। ସମସ୍ତ ବିମାନ ଓ ଜାହାଜ ଚଳାଚଳକୁ ରଦ୍ଦ କରିଦିଆଯାଇଛି। ଚୀନକୁ ମାଡ କରିବାରେ ଚଳିତ ବର୍ଷରୁ ସବୁଠାର ଶକ୍ତିଶାଳୀ ଟାଇଫୁନ ମୁଇଫା।

ପୂର୍ବ ଚୀନ୍‌ ସାଗରରେ ଭୟଙ୍କର ରୂପ ଧାରଣ କରି ଉପକୂଳ ମୁହାଁ ହେଉଛି ଟାଇଫୁନ୍‌। ଘଣ୍ଟାପ୍ରତି ୧୨୦ମାଇଲ ବା ୧୯୩ କିମି ବେଗରେ ମାଡ଼ି ଆସୁଛି ଶକ୍ତିଶାଳୀ ଟାଇଫୁନ ମୁଇଫା। ଚୀନର ପୂର୍ବତଟରେ ଥିବା ବନ୍ଦରରେ ସବୁ କିଛି ଠପ୍‌ ପଡି ଯାଇଛି। ଗୋଟିଏ ଜାଗାରେ ଠିଆ ହୋଇଛନ୍ତି ଶହଶହ ଜାହଜ। ଆଗକୁ ଆସିବ ବଡ଼ ବିପଦ। ଉଠିପାରେ ୫ ମିଟର ଉଚ୍ଚର ଜୁଆର। ଚୀନର ସାଂଘାଇ, ନିଙ୍ଗବୋ ପୋର୍ଟର ଏ ଦୃଶ୍ୟ। ମୁଇଫାର ପ୍ରଭାବ ଆରମ୍ଭ ହୋଇ ସାରିଛି। ଆଉ କିଛି ସମୟ ପରେ ସ୍ଥଳ ଭାଗ ହିଟ୍‌ କରିବ ଟାଇଫୁନ ମୁଇଫା। ୟାଙ୍ଗତେଜ୍‌ ନଦୀର ତ୍ରିକୋଣଭୂମିରେ ଲ୍ୟାଣ୍ଡଫଲ କରିବାକୁ ଯାଉଥିବା ଏହା ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼।

ସେପଟେ ମୁଇଫା ପ୍ରଭାବରେ ସାଂଘାଇରେ ପ୍ରବଳ ବେଗରେ ପବନ ସହ ମୂଷଳଧାରରେ ବର୍ଷା ଆରମ୍ଭ ହୋଇଛି। ପ୍ରବଳ ବର୍ଷା ସହ ତୀବ୍ର ବେଗରେ ପବନ ଓ ଉଚ୍ଚ ଜୁଆର ପାଇଁ ଟ୍ଵିନ ପୋର୍ଟ ସିଟି ନିଙ୍ଗବୋ ଓ ଝୋଉସାନ ବନ୍ଦରରେ ଜାହାଜ ଚଳାଚଳକୁ ସ୍ଥଗିତ ରଖାଯାଇଛି। ନିଙ୍ଗବୋ, ଝୋଉସାନ ଦ୍ୱୀପ ଓ ଜିଆଂଶୁ ପ୍ରଦେଶରେ ଏଲପିଜି ଆମଦାନୀ ଟର୍ମିନାଲକୁ ମଧ୍ୟ ବନ୍ଦ କରାଯାଇଛି। ସାଂଘାଇରୁ ଉଡ଼ାଣ ଭରିବାକୁ ଥିବା ୬ଶହ ବିମାନର ଚଳାଚଳକୁ ମଧ୍ୟ ସାମୟିକ ରଦ୍ଦ କରାଯାଇଛି।ୟାଙ୍ଗତ୍‌ଜେ ତ୍ରିକୋଣଭୂମୀରେ ସମସ୍ତ ରେଳ ଚଳାଚଳ ବାତିଲ କରାଯାଇଛି। ଝେଜିଆଙ୍ଗରେ ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଛି।

ପଶ୍ଚିମ ପ୍ରଶାନ୍ତ ମହାସାଗକରେ ଗୋଟିଏ ନୁହଁ ତିନି ତିନିଟି ସାମୁଦ୍ରିକ ଝଡ଼। ସେଥିରୁ ଗୋଟିଏ ଟାଇଫୁନ ମୁଇଫା ଚୀନ ପୂର୍ବତଟ ପ୍ରତି ସୃଷ୍ଟି କରିଛି ବିପଦ। ମୁଇଫା ଅଧିକ ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଝୋଉସାନ ଉକୂଳରେପହଞ୍ଚିବ। ୱେନଲିଙ୍ଗ ଏବଂ ଝୋଉସାନ ସହର ମଧ୍ୟରେ ଟାଇଫୁନ ସ୍ଥଳଭାଗ ଛୁଇଁବ। ଏହା ଭିତରେ ରହିଛି ନିଙ୍ଗବୋ ଓ ଝୋଉସାନ ଦକ୍ଷିଣରେ ଥିବା ସାଂଘାଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.