ମୁମ୍ବାଇରେ ପ୍ରକୃତିର ପ୍ରଳୟଙ୍କରୀ ରୂପ : ଲଗାଣ ବର୍ଷା ଯୋଗୁଁ ବେହାଲ୍ ମୟାନଗରୀ

ମୁମ୍ବାଇ : ଅଟକି ଯାଇଛି ମାୟାନଗରୀ ମୁମ୍ବାଇ । ୫ ଦିନ ହେଲା ଲଗାଣ ବର୍ଷାରେ ମୁମ୍ବାଇ ଉବୁଟୁବୁ । ସହର ଭିତରେ ଯୁଆଡେ ଚାହିଁଲେ ବନ୍ୟାର ଦୃଶ୍ୟ । ବର୍ଷା ପାଣିରେ ଧୋଇ ହୋଇଯାଇଛି ମେଟ୍ରୋ ସିଟିର ମେଟ୍ରୋପଲିଟାନ୍ ଲାଇଫଷ୍ଟାଇଲ୍ । ନିକଟରେ ବର୍ଷା ବିତ୍ପାତରୁ ମୁମ୍ବାଇକୁ ମୁକ୍ତି ନାହିଁ। ଆସନ୍ତା ଶନିବାର ପର୍ଯ୍ୟନ୍ତ ଏଭଳି ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ଯୋଗୁ ମୁମ୍ବାଇର ଜନଜୀବନ ଠପ୍‌ ହୋଇ ଯାଇଛି । ରସ୍ତାରେ କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟେ ପାଣି ଚାଲୁଛି । ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଛନ୍ତି । ଟ୍ରେନ୍‌ ସେବା ସଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଅନେକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଥିବାବେଳେ କେତେକ ଟ୍ରେନ୍‌ ବାତିଲ କରି ଦିଆଯାଇଛି । ହଜାର ହଜାର ପରିବାର ଜଳବନ୍ଦୀ ଅବସ୍ଥାରେ । ସାରା ମୁମ୍ବାଇରେ ରେଳ ଧାରଣା ଉପରେ ପାଣି ଚାଲୁଛି । ଗୁଜରାଟରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.