ଲଗାଣ ବର୍ଷା ପାଇଁ ମାୟାନଗରୀରେ ୫ଜଣଙ୍କ ମୃତ୍ୟୁ : ଟ୍ରେନ୍ ଚଳାଚଳ ବାତିଲ

ମୁମ୍ବାଇ: ଲଗାଣ ବର୍ଷାରେ ଉବୁଡୁବୁ ମୁମ୍ବାଇ ସହର । ରବିବାର ସଂଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷା ଯୋଗୁ ସହରର ଅବସ୍ଥା ବେହାଲ ହୋଇପଡ଼ିଛି । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି । ପ୍ରବଳ ବର୍ଷାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଛି । ଲଗାଣ ବର୍ଷା ଯୋଗୁ ଅନେକ ଟ୍ରେନ୍ ବିଳମ୍ବରେ ଚାଲିଛି । ୧୪୦ରୁ ଅଧିକ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି । ଗତକାଲି ସଂଧ୍ୟାରୁ ଲାଗି ରହିଥିବା ବର୍ଷା ଯୋଗୁଁ ଥାନେ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.