ନାନ୍ସି ପେଲୋସିଙ୍କୁ ନେଇ ଚୀନ-ଆମେରିକା ମୁହାଁମୁହିଁ,କୌଣସି ସମୟରେ ଯୁଦ୍ଧ ଲାଗିପାରେ

ନୂଆଦିଲ୍ଲୀ : ଆମେରିକା ହାଉସ୍ ସ୍ପିକର ନାନ୍ସୀ ପେଲୋସିଙ୍କ ତାଇଓ୍ଵାନ୍ ଗସ୍ତ ନେଇ ଚୀନ-ଆମେରିକା ମଧ୍ୟରେ ମୁହଁମୁହିଁ ସ୍ଥିତି । ପେଲୋସିଙ୍କ ଗସ୍ତକୁ ବେଜିଂ ତୀବ୍ର ବିରୋଧ କରିବା ସହ ତାଇଓ୍ଵାନ ସମୀରେ ଯୁଦ୍ଧାଭ୍ୟାସ ଚଳାଇଛି । ଏପଟେ ବଡ଼ ଯୁଦ୍ଧ ଆଶଙ୍କାରେ ପୂର୍ବ ତାଇଓ୍ଵାନରେ ୪ଟି ଯୁଦ୍ଧ ପୋତ ମୁତୟନ କରିଛି ଆମେରିକା । ଏପଟେ ବାଚସ୍ପତିଙ୍କର ଗସ୍ତ ଅଧିକାର ଥିବା ସ୍ପଷ୍ଟୀକରଣ ରଖିଛି ହ୍ଵାଇଟ ହାଉସ ।

ତେବେ ପେଲୋସି ତାଇପେଇରେ ରହିବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ଗତକାଲିଠୁ ଏସିଆ ଗସ୍ତରେ ଥିବା ୟୁଏସ୍ ହାଉସ୍ ସ୍ପିକର ସିଙ୍ଗାପୁରରେ ପହଞ୍ଚି୍ଥିଲେ । ମାଲେସିଆ, ଜାପାନ ଓ ସାଉଥ କୋରିଆ ଗସ୍ତ କରିବେ । ତେବେ ଚୀନ୍ର ଧମକ ଯୋଗୁଁ ତାଇଓ୍ଵାନ ଗସ୍ତକୁ ନେଇ କିଛି ସ୍ପଷ୍ଟ ହୋଇନଥିଲା । ଶେଷରେ ତାଇଓ୍ଵାନ ଯିବେ ବୋଲି ସ୍ପଷ୍ଟ ହୋଇଛି । ନାନ୍ସି ପେଲୋସି ହେଉଛନ୍ତି ଆମେରିକା ସରକାରଙ୍କ ତୃତୀୟ ବରିଷ୍ଠ ଅଧିକାରୀ । ବହୁ ବର୍ଷ ହେଲା ସେ ବେଜିଂକୁ ସମାଲୋଚନା କରିଆସୁଛନ୍ତି । ଏପେଟ ପେଲୋସିଙ୍କ ତାଇଓ୍ଵାନ ଗସ୍ତ ନେଇ ସ୍ପଷ୍ଟ କରିଛି ହ୍ଵାଇଟ ହାଉସ । ନାନ୍ସି ପେଲୋସି ବାଚସ୍ପତି ହୋଇଥିବାରୁ ତାଙ୍କର ତାଇଓ୍ଵାନ ଗ୍ରସ୍ତ କରିବାର ଅଧିକାର ଅଛି ।

ଏଥିପାଇଁ ଆମେରିକାକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଚେତାବନୀ ଦେଇଛି ଡ୍ରାଗନ । ତାଇଓ୍ଵାନକୁ ଧମକାଇବାକୁ ଆଜି ସକାଳେ ଚୀନର ୪ଟି ଲଢୁଆ ବିମାନ ତାଇଓ୍ଵାନର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ ଜୋନ ଏଡିଆଇଜେଡ୍ରେ ପ୍ରବେଶ କରିଥିଲେ । ଏହାପରେ ତାଇଓ୍ଵାନର ବାୟୁସେନା ସତର୍କ ହୋଇଯାଇଥିଲା । ତାଇଓ୍ଵାନର ଲଢୁଆ ବିମାନ ଆକାଶରେ ଉଡ଼ିବା ସହ ଚୀନ ବିମାନକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ । କେବଳ ଏତିକି ନୁହେଁ, ତାଇଓ୍ଵାନର ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ମଧ୍ୟ ସକ୍ରିୟ ହୋଇଛି ।

ତେବେ କିଛି ସମୟ ତାଇଓ୍ଵାନର ଏଡିଆଇଜେଡରେ ଅନୁପ୍ରବେଶ କରି ଉଡ଼ିବା ପରେ ଚୀନର ବିମାନଗୁଡ଼ିକ ଫେରିଯାଇଥିଲେ । ଏପଟେ ସମରାଭ୍ୟାସ ଚାଳାଇଛି ଡ୍ରାଗନ । ତାଇଓ୍ଵାନ ସୀମାକୁ ଲାଗିଥିବା ଫୁଜନ ପ୍ରବେଶରେ ଚୀନର ମିଲିଟାରୀ ଟ୍ୟାଙ୍କ ପଇତରା ମାରୁଛି । ଏପଟେ ନାନ୍ସି ପେଲୋସିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ତାଇଓ୍ଵାନ । ଗସ୍ତ ବେଳେ ସୁରକ୍ଷା ପାଇଁ ଆକାଶ ମାର୍ଗରେ ମୁତୟନ ରହିବ ୮ଟି ଫ୍ରାନ୍ସ ନିର୍ମିତ ମିରାଜ -୨୦୦୦ ଫାଇଟର ଜେଟ । ଏପଟେ ପୂର୍ବ ତାଇଓ୍ଵାନରେ ଯୁଦ୍ଧ ପୋତ ମୁତୟନ କରିଛି ଆମେରିକା

ତାଇଓ୍ଵାନକୁ ନେଇ ଚୀନ୍ ଓ ଆମେରିକା ମଧ୍ୟରେ ଟେନ୍ସନ ବଢ଼ିବାରେ ଲାଗିଛି । କିଛି ଦିନ ତଳେ ନିଆଁ ସହ ନଖେଳିବାକୁ ବାଇଡେନ୍ଙ୍କୁ ଶୁଣାଇଥିଲେ ଜିନ୍ପିଙ୍ଗ । ଚୀନ୍ ଆକ୍ରମଣ କଲେ ତାଇଓ୍ଵାନକୁ ଆମେରିକା ସୁରକ୍ଷା ଦେବା ବୋଲି କହି ଆସୁଛି। ଅନ୍ୟପଟେ ତାଇଓ୍ଵାନ୍କୁ ନିଜର ଭୂଖଣ୍ଡ ବୋଲି ଦାବି କରିଆସୁଛି ଚୀନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.