ଚୀନ ସହିତ ଦୀର୍ଘ ୧୪ ଘଣ୍ଟାର ବୈଠକରେ ଭାରତ ପକ୍ଷରୁ କରାଯାଇଛି ଏହି ସବୁ ଦାବି

ପୂର୍ବ ଲଦାଖ ସ୍ଥିତ ଚୁଷୁଳ ଠାରେ ମଙ୍ଗଳବାର ଭାରତ ଓ ଚୀନ ମଧ୍ୟରେ ଲମ୍ବା ସମୟ ଧରି ଏକ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁଇ ପକ୍ଷର ଏହି ଆଲୋଚନା ପାଖାପାଖି ୧୪.୫ ଘଣ୍ଟା ଧରି ଚାଲିଥିଲା । ଏକ ବିଶେଷ ସୂତ୍ରରୁ ଜଣାଯାଇଛିକି ଦୁଇ ଦେଶ ମଧ୍ୟରେ ଏହି ବୈଠକ ସକାଳ ୧୧.୩୦ରୁ ଆରମ୍ଭ ହୋଇ ରାତି ୨ଟା ପର୍ଯ୍ୟନ୍ତ ଚାଲିଥିଲା । ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ଲେହ ସ୍ଥିତ ୧୪ତମ କୋର କମାଣ୍ଡର ଲେଫନେଣ୍ଟ ଜେନେରାଲ ହରିନ୍ଦର ସିଂହ ନେଇଥିବା ବେଳେ ଚିନ ପକ୍ଷର ନେତୃତ୍ୱ ଦକ୍ଷିଣ ଶିନଝିୟାଙ୍ଗ ସୈନ୍ୟ କ୍ଷେତ୍ରର ପ୍ରତିନିଧି ମେଜର ଜେନେରାଲ ଲିୟୁ ଲିନ ନେଇଥିଲେ । ବୈଠକରେ ଏଲଏଏସି ଓ ଏହାର ଆଖପାଖ ଅଂଚଳ ଗୁଡିକରେ ଦୁଇ ପକ୍ଷ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ପୂର୍ଣ୍ଣ ସ୍ଥିତି କମ କରିବା ସହ ପାନଙ୍ଗଗ ସୋ, ଡେ଼ପସଂଗ ପରି ଅଂଚଳ ମାନଙ୍କରେ ସୈନ୍ୟ ସଂଖ୍ୟା କମାଇବା ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଏହା ସହ ମେ ୫ ପୂର୍ବର ସ୍ଥିତି ଫେରେଇ ଆଣିବା ପାଇଁ ଭାରତ ପକ୍ଷରୁ ଚୀନ ନିକଟରେ ଦାବି ହୋଇଥିଲା ।

ଏହାସହ ଡ଼ି-ଏକ୍ସଲେସନ ପ୍ରୋସେସର ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରି ମହଜୂତ ଥିବା ୩୦ ହଜାର ସୈନିକଙ୍କୁ ହଟାଇବା ନେଇ ଭାରତ ପକ୍ଷରୁ ଏକ ପ୍ରସ୍ତାବ ବି ଦିଆଯାଇଛି । ଏହି ଯୋଜନାରେ ପୂର୍ବ ଲଦାଖ ଅଂଚଳର ଦୁଇ ପକ୍ଷଙ୍କ ସେନାର ଆର୍ଟିଲେରୀ ଫୋର୍ସଏସ, ଟ୍ୟାଙ୍କସ, ଅନ୍ୟ ଭାରୀ ଯାନ ଗୁଡିକୁ ଫେରେଇ ନେବା ନେଇ ବି ଆଲୋଚନା ହୋଇଛି । ଏହା ବାଦ ଭାରତ ପକ୍ଷରୁ “ପିପଲ୍ସ ଲିବରେସନ ଆର୍ମିର” ଯବାନ ମାନଙ୍କୁ ୮ କିଲୋମିଟର ପଛକୁ ଫିଙ୍ଗର- ୮ର ବିପରୀତ ଦିଗକୁ ପଠାଇବା ନେଇ ଦାବି କରାଯାଇଛି । ଚିନ ପକ୍ଷ ନିଜ ଯବାନ ମାନଙ୍କୁ ଫିଙ୍ଗର ୪ରୁ ଫିଙ୍ଗର ୫ ଆଡକୁ ପଛକୁ ଘୁଞ୍ଚାଇଥିଲେ ମଧ୍ୟ ଏବେ ବି ଏହି ଅଂଚଳ ଗୁଡ଼ିକର ରିଜ ଲାଇନରେ ଚୀନ ସୈନ୍ୟ ମାନେ ପହରା ଦେଉଥିବା ଦେଖାଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.