ଭାରତରେ ନୂଆ ହାଇ କମିସନରଙ୍କୁ ନିଯୁକ୍ତ କଲା ପାକିସ୍ତାନ

ଇସଲାମାବାଦ: ଭାରତରେ ନୂଆ ହାଇ କମିସନର୍ ଙ୍କୁ ନିଯୁକ୍ତ କରିଛି ପାକିସ୍ତାନ । ମୋଇନ ଉଲ ହକ ହାଇ କମିସନର୍ ଭାବେ ନିଯୁକ୍ତି ପାଇଛନ୍ତି । ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ,ଚୀନ ଓ ଜାପାନ ସହ ଅନ୍ୟ କିଛି ଦେଶରେ ନିଜର ନୂଆ ହାଇ କମିସନରଙ୍କୁ ନିଯୁକ୍ତ କରିଛନ୍ତି । ବର୍ତ୍ତମାନ ହକ ଫ୍ରାନ୍ସରେ ପାକିସ୍ତାନର ରାଷ୍ଟ୍ରଦୂତ ଅଛନ୍ତି । ସେହିପରି ହକଙ୍କ ସହ ପାକିସ୍ତାନର ନୂଆ ବିଦେଶ ସଚିବ ମଧ୍ୟ ବଦଳିଛନ୍ତି । ବିଦେଶ ସଚିବ ଭାବେ ସୋହେଲ ମହମ୍ମଦଙ୍କୁ ନିଯୁକ୍ତି ମିଳିଛି ।

India high commissionerନୂଆଦିଲ୍ଲୀ ,ଭାରତ ସେମାନଙ୍କ ପାଇଁ ବହୁତ ଗୁରୁତ୍ୱ ରଖୁଥିବା ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ସାହା ମହମ୍ମଦ କ୍ୟୁରେସି କହିଛନ୍ତି । ଫ୍ରାନ୍ସରେ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ଥିବା ମୋଇନ ଉଲ ହକଙ୍କୁ ନୂଆ ହାଇ କମିସନର୍ ଭାବେ ନିଯୁକ୍ତି ଦିଆଯାଇଛି । ତେଣୁ ତାଙ୍କୁ ଦିଲ୍ଲୀ ପଠାଯିବ । କ୍ୟୁରେସି ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବାକୁ ଯାଉଛି । ତେଣୁ କଥାବାର୍ତ୍ତା ପରେ ଭାରତ ସହ ନୂଆ ସମ୍ପର୍କ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.