ନୂଆ ଲେବର କୋଡ୍‌ : ମହିଳା-ପୁରୁଷଙ୍କୁ ସମାନ ଦରମା, ୪ ଦିନ ଡ୍ୟୁଟି-୩ ଦିନ ଛୁଟି, ପିଏଫ ଅଧିକ, ମୁଖ୍ୟ ଦରମା କମ୍‌

ନୂଆଦିଲ୍ଲୀ : ଦେଶରେ ନୂଆ ଲେବର କୋଡ୍‌ ଲାଗୁ କରିବା ପ୍ରସ୍ତୁତିରେ ଅଛନ୍ତି କେନ୍ଦ୍ର ସରକାର । ସରକାର କର୍ମଚାରୀଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ ପାଇଁ ନୂଆ ନିୟମ ଲାଗୁ କରିବା ପାଇଁ ପ୍ରସ୍ତୁତ କରୁଛନ୍ତି । ଏ ସମ୍ପର୍କରେ କିଛି ପରିସ୍କାର ସୂଚନା ନଥିବା ବେଳେ ସାପ୍ତାହିକ ଛୁଟି ଓ ଦରମାରେ କିଛି ପରିବର୍ତ୍ତନ ହେବ ବୋଲି ଜଣାଯାଇଛି ।

ସବୁ ରାଜ୍ୟ ସରକାର ଲେବର କୋଡ ଏକ ସଂଗରେ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଆଶା କରିଛନ୍ତି । ଲୋକଙ୍କ ପର୍ସନାଲ ଲାଇଫ ଓ କାର୍ଯ୍ୟ ମଧ୍ୟରେ ସମନ୍ଵୟ ରଖିବା ପାଇଁ ଏହି ବିଚାର ଅଣାଯାଉଛି । ୪ ନୂଆ ଲେବର କୋର୍ଡ େଓ୍ଵଜ, ସୋସିଆଲ ସିକ୍ୟୁରିଟି, ଇଣ୍ଡଷ୍ଟ୍ରୟାଲ ସେପ୍ଟି ଓ ଅକୁପେସନାଲ ସେପ୍ଟି ଏଥିରେ ସାମିଲ ହେବାକୁ ଯାଉଛି ।

୩ ଦିନ ଛୁଟିକୁ ନେଇ ଚର୍ଚ୍ଚା

ନୂଆ ଲେବର କୋର୍ଡ ଲାଗୁ ହେବା ପରେ ଯେଉଁ ପରିବର୍ତ୍ତନ ସବୁଠୁ ଅଧିକ ହେବା ନେଇ ଚର୍ଚ୍ଚା ଚାଲିଛି । ତାହା ହେଉଛି ସାପ୍ତାହିକ ଛୁଟି । ନୂଆ ଲେବର କୋର୍ଡ ଲାଗୁ ହେଲେ ଆପଣଙ୍କୁ ୪ ଦିନ କାମ କରିବାକୁ ହେବ ଓ ୩ ଦିନ ଛୁଟି ମିଳିବ । ନୂଆ ଲେବର କୋର୍ଡ ଲାଗୁ ହେଲେ ଆପଣଙ୍କୁ ଅଫିସରେ ୧୨ ଘଣ୍ଟା କାମ କରିବାକୁ ହେବ । ସପ୍ତାହରେ ଆପଣଙ୍କୁ ମୋଟ ୪୮ ଘଣ୍ଟା କାମ କରିବାକୁ ହେବ । ଫଳରେ ଆପଣଙ୍କୁ ସପ୍ତାହରେ ୩ ଦିନ ଛୁଟି ମିଳିବ ।

ଛୁଟିକୁ ନେଇ ମଧ୍ୟ ହେବ ବଡ଼ ପରିବର୍ତ୍ତନ

ନୂଆ ଲେବର କୋର୍ଡ ଅନୁଯାୟୀ ଛୁଟିରେ ମଧ୍ୟ ହେବ ବଡ଼ ପରିବର୍ତ୍ତନ । ପୂର୍ବରୁ ଲମ୍ବା ଛୁଟି ପାଇବାକୁ ହେଲେ ବର୍ଷରେ ଅତି କମରେ ୨୪୦ ଦିନ କାମ କରିବାକୁ ହୋଇଥାଏ । ହେଲେ ନୂଆ ଲେବର କୋର୍ଡ ଅନୁଯାୟୀ, ଆପଣଙ୍କୁ ୧୮୦ ଦିନ (୬ ମାସ) କାମ କରିବା ଜରୁରୀ ହୋଇଥାଏ । ୧୮୦ ଦିନ କାମ କରିବା ପରେ ଆପଣ ଲମ୍ବା ଛୁଟି ନେଇପାରିବେ ।

କମ୍‌ ହେବ ଇନ ହେଡ ସାଲେରୀ (ମୂଖ୍ୟ ଦରମା)

ନୂଆ େଓ୍ଵଜ କୋଡ ଅନୁଯାୟୀ ହୋମ ସାଲେରୀ ବା ଇନହେଡ ସାଲେରୀ ଆପଣଙ୍କ ଖାତାରେ ପୂର୍ବ ଅପେକ୍ଷା କମ୍‌ ଆସିବ । ଅର୍ଥାତ କର୍ମଚାରୀଙ୍କ ବେସିକ ସାଲେରୀ ତାଙ୍କର ଟୋଟାଲ ସାଲେରୀ ତାଙ୍କର ୫୦ ପ୍ରତିଶତ ବା ତା’ ଠାରୁ ଅଧିକ ହେବା ଦରକାର । ଯଦି ଆପଣଙ୍କ ବେସିକ ସାଲେରୀ ଅଧିକ ହେବ ତେବେ ଆପଣଙ୍କ ପିଏଫ ଯୋଗଦାନ ବଢ଼ିଯିବ । ସରକାରଙ୍କ ଏହି ନିମୟ ଯୋଗୁ ଅବସର ପରେ କର୍ମଚାରୀଙ୍କୁ ମୋଟା ଅଙ୍କର ଟଙ୍କା ମିଳିବ । ଫଳରେ ଭବିଷ୍ୟତ ଆର୍ଥିକ ଅବସ୍ଥା ମଜବୁତ ହେବ ।

ପୁରୁଷ ଓ ମହିଳାଙ୍କ ଦରମା ହେବ ସମାନ

କେନ୍ଦ୍ରୀୟ ଶ୍ରମ ମନ୍ତ୍ରୀ ନିକଟରେ ଘୋଷଣା କରିଥିଲେ ଯେ ଆମେ ପୁରୁଣା ଆଇନରେ ପରିବର୍ତ୍ତନ କରୁଛୁ । ଫଳରେ ପୁରୁଷ ଓ ମହିଳାଙ୍କ ପାରିଶ୍ରମିକ ବରାବର ହେବ । ଏହି ମାଧ୍ୟମରେ ୨୯ ବିଭିନ୍ନ ଅଧିନିୟମକୁ ୪ ନୂଆ ଲେବର କୋର୍ଡରେ ପରିବର୍ତ୍ତନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.