ଲଗାଣ ବର୍ଷାରୁ ତେଲେଙ୍ଗାନାର ବାନ୍ଦଲଗୁଡା ଅଞ୍ଚଳରେ ଭୁଶୁଡି ପଡିଲା ନିର୍ମାଣଧିନ ପାଚେରୀ, ଜଣେ ଶିଶୁ ସମେତ ୯ମୃତ

ତେଲେଙ୍ଗାନା: ତେଲେଙ୍ଗାନାରେ ଅଭାବନୀୟ ଘଟଣା । ତାଣ୍ଡବ ରଚିଲା ଲଗାଣ ବର୍ଷା। ମିଳିଥିବା ସୂଚନା ମୁତାବକ, ଅତ୍ୟଧିକ ବର୍ଷା ଯୋଗୁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବାନ୍ଦଲଗୁଡା ଅଞ୍ଚଳରେ ଏକ ନିର୍ମାଣଧିନ ପାଚେରୀ ଭୁଶୁଡିପଡିବାରୁ ଜଣେ ଶିଶୁ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଶାସନିକ ଅଧିକାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ଲଗାଣ ବର୍ଷା କାରଣରୁ ହାଇଦ୍ରାବାଦରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତା ଓ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ବହୁ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଅଟାପୁର ମେନ ରୋଡ, ମୁଶେରାବାଦ, ଟୋଲି ଚାଉକି ଅଞ୍ଚଳ ଓ ଡାମିଗୁଡା ପରି ଅନକେ ଅଞ୍ଚଳ ପାଣି ଘେରରେ ରହିଛି। ଏସଡିଆରଏଫ ଟିମ୍‌ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

 

Leave A Reply

Your email address will not be published.