ଦୋଷୀ ପାଇବେ ଫାଶୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ନିଜ ନିଷ୍ପତି କାଏମ୍ ରଖିଲେ ସୁପ୍ରିମକୋର୍ଟ

nirbhayaଦିଲ୍ଲୀ: ବିନୟ ଶର୍ମା, ପଓ୍ଵନ ଗୁପ୍ତା ଓ ମୁକେଶ ସିଂହ । ଏ ସମସ୍ତଙ୍କୁ ଫାଶୀ ଆଦେଶ କାଏମ । ସୁପ୍ରିମ୍‌କୋର୍ଟ ଦଣ୍ଡ କୋହଳ କଲେନି । ଖାରଜ ହେଲା ପୁନର୍ବିଚାର ଆବେଦନ । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଫାଶୀ ଆଦେଶ ହୋଇଥିଲା । ୪ଜଣଙ୍କ ମଧ୍ୟରୁ ୩ ଜଣ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍‌କୋର୍ଟର ୩ ଜଣିଆ ଖଣ୍ଡପୀଠ କହିଛନ୍ତି, ଦୋଷୀମାନେ ରାୟରେ ତ୍ରୁଟି ଦର୍ଶାଇ ପାରିନାହାନ୍ତି । ମାମଲାର ଶୁଣାଣି ସମୟରେ ଅଭିଯୁକ୍ତଙ୍କୁ ପକ୍ଷ ରଖିବାକୁ ସଂପୂର୍ଣ୍ଣ ସୁଯୋଗ ଦିଆଯାଇଥିଲା । ଆଉ ମାମଲାର ପୁନର୍ବିଚାର ଦରକାର ନାହିଁ ।

୨୦୧୩ ସେପ୍ଟେମ୍ବର ମାସରେ ୪ ଜଣଙ୍କୁ ଟ୍ରାଏଲ କୋର୍ଟରୁ ଫାଶୀ ଦଣ୍ଡାଦେଶ ମିଳିଥିଲା । ୨୦୧୪ ମାର୍ଚ୍ଚରେ ଦିଲ୍ଲୀ ହାଇକୋର୍ଟ ଏହାକୁ କାଏମ ରଖିଥିଲେ । ୨୦୧୭ ମେ’ରେ ହାଇକୋର୍ଟ ଓ ଟ୍ରାଏଲ କୋର୍ଟଙ୍କ ରାୟକୁ ସୁପ୍ରିମ୍‌କୋର୍ଟ କାଏମ ରଖିଥିଲେ । ଏବେ ପୁନର୍ବିଚାର ଆବେଦନ ଖାରଜ ହୋଇଛି।

୨୦୧୨ ଡିସେମ୍ବର ୧୬ ରାତିରେ ଦିଲ୍ଲୀର ପାରା-ମେଡିକାଲ ଛାତ୍ରୀ ଏକ ଚଳନ୍ତା ବସ୍‌ରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଡିସେମ୍ବର ୨୯ରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଥିଲେ ୬ ଅଭିଯୁକ୍ତ। ଜଣେ ଅଭିଯୁକ୍ତ ଜେଲ୍‌ରେ ଆତ୍ମହତ୍ୟା କରିଥିଲା । ଅନ୍ୟ ଜଣେ ନାବାଳକ ଥିବାରୁ ୩ ବର୍ଷ ବାଳ ସୁଧାର ଗୃହରେ ରହି ବାହାରିଛି । ଏବେ ୪ଜଣଙ୍କ ଫାଶୀଦଣ୍ଡକୁ ସୁପ୍ରିମ୍‌କୋର୍ଟ କାଏମ୍‌ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.