ସଂସଦରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଳୀ : ଟିଡିପି ଆଣିଥିବା ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଗ୍ରହଣ କରିଛନ୍ତି । ଆସନ୍ତାକାଲି ଲୋକସଭା ଓ ସୋମବାର ଦିନ ରାଜ୍ୟସଭାରେ ଏହା ଉପରେ ଆଲୋଚନା ହେବ । ୧୫ ବର୍ଷ ପରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି । ସରକାରଙ୍କ ପାଖରେ ବହୁମତ ଥିବା ବିଜେପି କହିଛି ।

ଅନ୍ୟପକ୍ଷରେ ବିରୋଧୀଙ୍କ ପାଖରେ ସଂଖ୍ୟା ନଥିବା କିଏ କହୁଛି ବୋଲି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଶ୍ନ କରିଛନ୍ତି । ଲୋକସଭାର ମୋଟ୍ ସଦସ୍ୟ ସଂଖ୍ୟା ୫୪୫ । ଅନାସ୍ଥା ପ୍ରସ୍ତାବ ଅନୁମୋଦନ ପାଇଁ ଗୃହର ୨୭୩ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଏପରିସ୍ଥିତିରେ ଲୋକସଭା ଗଣିତ କହୁଛି, ବିରୋଧୀଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । ଏବେ ଲୋକସଭାରେ ବିଜେପିର ୨୭୩ ସାଂସଦ ଅଛନ୍ତି । ଯାହାକି ବହୁମତ ସାବ୍ୟସ୍ତ ପାଇଁ ଯଥେଷ୍ଟ । ଏନ୍ଡିଏ ସହଯୋଗୀ ଶିରୋମଣି ଅକାଳୀ ଦଳ-୪, ଶିବସେନା-୧୮, ଏଲଜେପି-୬, ଜେଡିୟୁ-୨ ଏବଂ ଆପନା ଦଳର ୨ ଜଣ ସାଂସଦ ଅଛନ୍ତି । ଅନ୍ୟପଟେ କଂଗ୍ରେସର ଅଛନ୍ତି ୪୮ ଜଣ ସାଂସଦ । ସେହିପରି ଏଆଇଏଡିଏମକେ-୩୭, ଟିଏମସି-୩୪, ବିଜେଡି-୧୯, ଟିଡିପି-୧୬ ଏବଂ ଟିଆରଏସର ୧୧ ଜଣ ସାଂସଦ ଅଛନ୍ତି ।

କିଛିଦିନ ହେଲା ଶିବସେନା ଖାପଛଡ଼ା ଦେଉଥିବାରୁ ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ୍ ଦେବ ନା ଭୋଟଦାନରୁ ବିରତ ରହିବ, ତା’ ଉପରେ ରହିବ ନଜର । ତେବେ ବିଜେଡି ଭଳି କେତେକ ଆ଼ଞ୍ଚଳିକ ଦଳର ଭୂମିକା ନିର୍ଣ୍ଣାୟକ ହେବ। ଏନେଇ ଆଜି ଦିଲ୍ଲୀରେ ବସୁଛି ବିଜେଡି ସଂସଦୀୟ ଦଳ ବୈଠକ। ଦଳର ଆଭିମୁଖ୍ୟ ଏବଂ ରଣନୀତି ନେଇ ଆଲୋଚନା ହେବ। ବିଜେଡ଼ି ଓ କଂଗ୍ରେସଠାରୁ ସମଦୂରତା ରଖିଛି ବିଜେଡ଼ି । ଅନାସ୍ଥା ଭୋଟରୁ ସ୍ପଷ୍ଟ ହୋଇଯିବ, ୨୦୧୯ ନିର୍ବାଚନରେ କିଏ ବିଜେପି ସହ ରହିବ ଓ କିଏ ବିରୋଧରେ ଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.