ଛି…ଘୃଣ୍ୟ! ନାବାଳିକାଙ୍କୁ ଯୌନ ଶୋଷଣ କରିଥିବା ଶତାୟୁ ବୃଦ୍ଧଙ୍କୁ ୧୫ ବର୍ଷ ଜେଲ୍‌; କ୍ଷତିପୂରଣ ଦେବେ ୫୦,୦୦୦ ଟଙ୍କା

ତାମିଲନାଡ଼ୁର ତିରୁଭଲୁରରେ ନାବାଳିକା ଯୌନ ଶୋଷଣ ମାମଲାରେ ଜଣେ ଶତାୟୁ ବୃଦ୍ଧଙ୍କୁ କୋର୍ଟ ୧୫ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ଘଟଣା ପାଖାପାଖି ୪ ବର୍ଷ ତଳର। କୋର୍ଟ ନିଜ ଆଦେଶରେ କହିଛନ୍ତି କି, ଦୋଷୀଙ୍କୁ ୧୦ ବର୍ଷ କଠୋର ଦଣ୍ଡ ଏବଂ ୫ ବର୍ଷ ସାଧାରଣ ଦଣ୍ଡରେ ଦଣ୍ଡିତ କରାଯାଇଛି। ୧୦୨ ବର୍ଷୀୟ ପର୍ଶୁରାମନ ୨୦୧୮ରେ ଜଣେ ନାବାଳିକାଙ୍କୁ ଯୌନ ଶୋଷଣ କରିଥିଲେ। ଏହି ମାମଲାରେ ତିରୁଭଲୁର ମହିଳା କୋର୍ଟ ପୀଡ଼ିତା ନାବାଳିକାଙ୍କୁ କ୍ଷତିପୂରଣ ବାବଦରେ ୪୫ ହଜାର ଟଙ୍କା ଏବଂ ୫୦୦୦ ଟଙ୍କା ଜରିମାନା ଭରିବାକୁ ବି ଦୋଷୀଙ୍କୁ ଆଦେଶ ଦେଇଛନ୍ତି।

ଏଥି ପୂର୍ବରୁ ଦିଲ୍ଲୀରେ ଜଣେ ୬୦ ବର୍ଷୀୟ ଅବସରପ୍ରାପ୍ତ ଆଇବି ଅଧିକାରୀଙ୍କ ବିରୋଧରେ ସମାନ ଅଭିଯୋଗ ଆସିଥିଲା। ଘଟଣା ୮ ମାର୍ଚ୍ଚର ଥିଲା। ଅଧିକାରୀ ଜଣକ ୧୭ ବର୍ଷୀୟା ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ମୁତାବକ, ଅଭିଯୁକ୍ତ ତାଙ୍କୁ ଚାକିରି ଲୋଭ ଦେଖାଇ କରୋଲ ବାଗରେ ଥିବା ଏକ ହୋଟେଲକୁ ଭେଟିବାକୁ ଡକାଇଥିଲେ। ଅଭିଯୁକ୍ତ ହୋଟେଲରେ ହିଁ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ତାଙ୍କୁ ଘରକୁ ଫେରାଇ ଦେଇଥିଲେ।

ପୀଡ଼ିତା ଜଣକ ଏ ନେଇ ସବୁ କଥା ବାପା, ମାଆଙ୍କୁ ଯାଇ ଜଣାଇଥିଲେ। ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ପୋଲିସକୁ କଲ୍‌ କରିଥିଲେ ଏବଂ ପରେ କରୋଲ ବାଗ ଥାନା ପହଞ୍ଚି ସେଠାରେ ଏକ ମାମଲା ରୁଜୁ କରାଇଥିଲେ। ଏହିପରି ଦିଲ୍ଲୀର ଜ୍ୟୋତି ନଗର ଅଞ୍ଚଳରେ ମଧ୍ୟ ଏକ ମାମଲା ସାମ୍ନାକୁ ଆସିଥିଲା। ଏଠାରେ ଦଶମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.