ପୁଣି ଆସିଲା ବଡ଼ ବିପଦ: ଦିଲ୍ଲୀରେ ଚିହ୍ନଟ ହେଲା କରୋନା ଭାଇରସ୍‌ ଓମିକ୍ରନ୍‌ର ନୂଆ ପ୍ରଜାତି

ନୂଆଦିଲ୍ଲୀ: ଭାରତରେ ଚିହ୍ନଟ ହୋଇଛି ଓମିକ୍ରନ୍‌ର ନୂଆ ଉପପ୍ରଜାତି। ଦିଲ୍ଲୀ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଭର୍ତ୍ତି ହୋଇଥିବା କିଛି ସଂକ୍ରମିତଙ୍କ ନମୁନାରେ ଓମିକ୍ରନ୍‌ର ନୂଆ ସବ୍‌ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହି ସବ୍‌ ଭାରିଆଣ୍ଟ ହେଉଛି BA2.75 ।

ଜିନୋମ୍‌ ସିକ୍ୟୁଏନ୍‌ସିଂ ପାଇଁ ୯୦ଟି ନମୁନା ପଠାଯାଇଥିଲା। ଦିଲ୍ଲୀରେ ଦୈନିକ ସଂକ୍ରମଣ ବଢ଼ୁଥିବା ବେଳେ ଏହି ନୂଆ ସବ୍‌ ଭାରିଆଣ୍ଟ ଚିହ୍ନଟ ହୋଇଛି। ଦିଲ୍ଲୀରେ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ମଧ୍ୟ ବଢ଼ୁଛି। ଏହା ପଛରେ BA2.75 ଭାରିଆଣ୍ଟ ରହିଛି। ଏହି ନୂଆ ଭାରିଆଣ୍ଟ ଦ୍ରୁତ ସଂକ୍ରମଣ ହେବା ସହ ଭ୍ୟାକ୍‌ସିନ୍‌କୁ ମାତ୍‌ ଦେଉଥିବା କହିଛନ୍ତି ବିଶେଷଜ୍ଞ। ତେବେ ଆଶ୍ୱସ୍ତିର କଥା ହେଉଛି ଏହି ଭ୍ୟାରିଏଣ୍ଟରେ ସଂକ୍ରମିତମାନେ ଗୁରୁତର ହେଉନାହାନ୍ତି। କେବଳ ଅନ୍ୟ ରୋଗରେ ପୀଡ଼ିତଙ୍କ ପାଇଁ ବିପଦ ରହିଛି।


ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨ ହଜାର ୪୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ଫେବ୍ରୁଆରୀ ୬ରୁ ଆଜି ମଧ୍ୟରେ ଦିଲ୍ଲୀର ଏହା ସର୍ବାଧିକ ଦୈନିକ ସଂକ୍ରମଣ। ପଜିଟିଭିଟି ହାର ମଧ୍ୟ ଉପରମୁହାଁ ହୋଇଛି। ୧୫.୪୧ ପ୍ରତିଶତକୁ ବୃଦ୍ଧି ପାଇଛି ପଜିଟିଭିଟି ହାର।

ମୁମ୍ବାଇରେ ମଧ୍ୟ ହଠାତ୍‌ ବଢ଼ି ଯାଇଛି ସଂକ୍ରମଣ। ୨୪ ଘଣ୍ଟାରେ ୭୯ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି। ଆଜି ଚିହ୍ନଟ ହୋଇଛନ୍ତି ୮୫୨ ସଂକ୍ରମିତ। ଜୁଲାଇ ୧ ପରଠାରୁ ମୁମ୍ବାଇରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ।

Also Read: ମା’-ବାପା ହେବାର ନାହିଁ କୌଣସି ବୟସ! ୭୫ ବର୍ଷର ସ୍ୱାମୀ ଓ ୭୦ ବର୍ଷର ସ୍ତ୍ରୀ ଜନ୍ମ ଦେଲେ ପୁତ୍ର ସନ୍ତାନ

Leave A Reply

Your email address will not be published.