ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା: ତାଣ୍ଡବ ରଚିଛି ଭୟଙ୍କର ବନ୍ୟା, ଗଲାଣି ୧୦୦୦ ଲୋକଙ୍କ ଜୀବନ

ପାକିସ୍ତାନରେ ପ୍ରବଳ ବର୍ଷା ହେବା ଫଳରେ ଭୟଙ୍କର ବନ୍ୟା ହୋଇଛି। ବନ୍ୟା ଯୋଗୁଁ ଚାରିଆଡେ ହାହାକାର ପରିସ୍ଥିତି ଦେଖାଦେଇଛି। ବର୍ଷା ଓ ବନ୍ୟାରେ ଏପର୍ଯ୍ୟନ୍ତ ୧୦୦୦ ଲୋକ ପ୍ରାଣ ହରାଇଛନ୍ତି। ସରକାର ଏପରି ସ୍ଥିତି ଦେଖି ନ୍ୟାସନାଲ ଏମରଜେନ୍ସୀ ଘୋଷଣା କରିଛନ୍ତି।

ପାକିସ୍ତାନୀ ପତ୍ରିକା ଡନ ମୁତାବକ, ପାକିସ୍ତାନରେ ବନ୍ୟା ଓ ବର୍ଷା କାରଣରୁ ୧ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ଯେଉଁଥିରେ ୩୪୩ ପିଲା ସାମିଲ ରହିଛନ୍ତି। ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମୁତାବକ, ଦେଶରେ ୧୪ ଜୁନ୍‌ ପରେ ସବୁଠୁ ଅଧିକ ମୃତ୍ୟୁ ସିନ୍ଧ ପ୍ରାନ୍ତରେ ହୋଇଛି।

ସେହିପରି କରାଚୀ ଠାରୁ ଆରମ୍ଭ କରି ପଞ୍ଜାବ, ବେଲୁଚିସ୍ତାନରେ ଅବସ୍ଥା ଶୋଚନୀୟ ରହିଛି। ଦେଶର ୭୦ ଭାଗ ବନ୍ୟା ପ୍ରପୀଡିତ ହୋଛି। ଭୟଙ୍କର ବନ୍ୟାରେ ପାକିସ୍ତାନର ୩ କୋଟି ଲୋକ ବାସସ୍ଥାନ ହରାଇଛନ୍ତି।

ତେବେ ସିନ୍ଧ ପ୍ରାନ୍ତରେ ୩୦୬ ଲୋକ ମୃତ୍ୟୁବରଣ କରିଥିବା ବେଳେ ବଲୁଚିସ୍ତାନରେ ୨୩୪ ଲୋକ, ପଖତୁନଖ୍ଵାରେ ୧୮୫, ପଞ୍ଜାବ ପ୍ରାନ୍ତରେ ୧୬୫ ଲୋକ, ପିଓକେରେ ୩୭ ଲୋକ ମୃତ୍ୟୁବରଣ କରିଥିବା ଖବର ମିଳିଛି। ପାକିସ୍ତାନରେ ଭାରତ ସୀମାରୁ ଆରମ୍ଭ କରି ଆଫଗାନିସ୍ତାନ ସୀମା ପର୍ଯ୍ୟନ୍ତ ଆସିଥିବା ବନ୍ୟାରେ ସବୁକିଛି ନଷ୍ଟ ହୋଇଯାଇଛି। ପାକିସ୍ତାନ ସରକାରଙ୍କ ମୁତାବକ, ଏପରି ଭୟଙ୍କର ବନ୍ୟା କେବେ ବି ଆସିନାହିଁ। ପ୍ରବଳ ବର୍ଷା ଯୋଗୁଁ ପାକିସ୍ତାନରେ ସବୁ ନଦୀର ଜଳସ୍ତର ବଢିଛି। ନଦୀ ପାଣି ବସ୍ତିରେ ପଶିଛି।

ଜାତୀୟ ପ୍ରାକୃତିକ ମ୍ୟାନେଜମେଣ୍ଟ ଅନୁଯାୟୀ, ଅଗଷ୍ଟ ମାସରେ ୨୪୧ ପ୍ରତିଶତ ଅଧିକ ବର୍ଷା ହୋଇଥିଲା। ସିନ୍ଧ ପ୍ରାନ୍ତରେ ହାଇ ଆଲର୍ଟ ଜାରି କରାଯାଇଛି।

Leave A Reply

Your email address will not be published.